Odiapua.com

ସାମାଜିକ ଗଣମାଧ୍ୟମ ସଚେତନତା କାର୍ଯ୍ୟକ୍ରମ

ଭଦ୍ରକ, ୪ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ପ୍ରଶାସନ ଓ ସୋସାଇଟ୍ ଫର ଉଇକର କମ୍ୟୁନିଟ୍ (ଆସିଆନା)ର ମିଳିତ ଆନୁକୁଲ୍ୟରେ ଶଙ୍କରପୁର ପୁରୁଣାବଜାରସ୍ଥିତ ଶକ୍ତି ସଦନ ସଭାଗୃହରେ ସଂପାଦିକା ସୋଫିଆ ସେକ୍ ସମ୍ପାଦନାରେ ସାମାଜିକ ଗଣମାଧ୍ୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଆଇନ୍‌ଜୀବୀ ରାଧାରାଣୀ ମହାପାତ୍ର, ମୁଖ୍ୟବକ୍ତା ଭାବେ ଡ଼ିସିଆରବି ଇନିସିପେକ୍ଟର ବନ୍ଦନା ଦେବୀ, ଅନ୍ୟତମ ଅତିଥିଭାବେ ୱାନ୍‌ଷ୍ଟପ୍ ସେଂଟର ସଂଯୋଜିକା ପୁଷ୍ପଲତା ବେହେରା ଯୋଗଦାନ କରି ସାମାଜିକ ଗଣମାଧ୍ୟମର ସୁରକ୍ଷିତ ବ୍ୟବହାର, ଜରୁରୀକାଳୀନ ହେଲପ୍‌ଲାଇନ୍ ନମ୍ବର ଏବଂ ସି.ବକ୍ସ ପୋର୍ଟାଲ ଉପରେ ଆଧାରିତ ବିଭିନ୍ନ ଆଇନଗତ ଦିଗ ସମ୍ବନ୍ଧରେ ବିସ୍ତୃତଭାବେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଭଦ୍ରକ ପୌରପାଳିକାର ୧୪ନମ୍ବର ୱାର୍ଡ଼ରୁ ୩୦ନମ୍ବର ୱାର୍ଡ଼ର ଅଙ୍ଗନୱାଡ଼ୀକର୍ମୀ, ଆଶିଆନା ଶକ୍ତି ସଦନ ଏବଂ କଲେଜ ଓ ସ୍କୁଲଛାତ୍ରୀମାନେ ଯୋଗଦାନ କରିଥିଲେ । ସୁପରିଟେଣ୍ଡେ ସବାନା ସେକ୍ ଲିଙ୍ଗ ଭିତିକ ହିଂସା ବିରୋଧ ଅଭିଯାନର ନବମ ଦିନରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମକୁ ଆସିଆନାର ସଂଯୋଜକ ରିଆଜ ଅହମଦ୍ ପରିଚାଳନା କରିଥିବା ବେଳେ ବହୁମୁଖୀ କର୍ମକର୍ତା ରୁବିନା ନାୟକ, ସିଲେଇ ଶିକ୍ଷୟିତ୍ରୀ କ୍ରିଷ୍ଣା ବେହେରା ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଶକ୍ତି ସଦନର ପରାମର୍ଶଦାତ୍ରୀ ଅନୀମା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।