Odiapua.com

ସାମଗ୍ରୀ ନେବା ପିକଅପ ଭ୍ୟାନରେ ଯାତ୍ରୀ ନେବା ଅଭିଯୋଗରେ ପରିବହନ ବିଭାଗ ଗାଡି ଜବତକଲା

ମାଲକାନଗିରି,୭ା୧୧(ଓଡିଆ ପୁଅ )ଆଜି ମାଲକାନଗିରି ପରବିହନ ବିଭାଗ ପକ୍ଷରୁ କାଲିମେଳା ମାଲକାନଗିରି ରାଜପଥରେ ସାମଗ୍ରୀ ନେବା ଗାଡି ପିକଅପଭ୍ୟାନ ରେ ଯାତ୍ରୀମାନେ ଠିଆହୋଇ ଯାତ୍ରା କରୁଥିବାର ଦେଖି ଗାଡିକୁ ଅଟକାଇବାରୁ ଉକ୍ତ ଗାଡିଟି ଦୃତଗତିରେ ପଳାଉ ଥିବାବେଳେ ତାକୁ ଗୋଡାଇ ଜବତ କରିଛନ୍ତି । ପରିବହନ ବିଭାଗ ପକ୍ଷରୁ ଏହି ଗାଡିର ମାଲିକ ଙ୍କୁ ଜରୀମାନା କରିବାସହିତ ଡ୍ରାଇଭର ଙ୍କୁ ତାଗିଦ କରି ଛାଡିଦେଇ ଥିବାର ଜଣାପଡିଛି । କୌଣସି ସାମଗ୍ରୀ ନେବା ଗାଡିରେ ଯାତ୍ରୀନେଲେ ଏହା ଏକ ଅପରାଧ ବୋଲି ରାଜ୍ୟପରିବହନ ବିଭାଗ ପକ୍ଷରୁ ଘୋଷଣା କରାଯାଇଥିବା ବେଳେ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଅବଶ୍ୟକିୟ ପରିମାଣର ବସ ଓ ଯାନବାହନ ନଥିବାରୁ ସାମଗ୍ରୀ ନେବା ଗାଡି ଟ୍ରକ,ଟ୍ରାକ୍ଟର,ମିନି ଟ୍ର୍‌କ ପିକଅପ ଭ୍ୟାନରେ ଲୋକମାନେ ବାଧ୍ୟହୋଇ ଯାତ୍ରା କରିଥାନ୍ତି ।