ମାଲକାନଗିରି,୧୨ା୧୦(ଓଡିଆ ପୁଅ ) ସାବେରୀ ନଦୀରେ ଡଙ୍ଗାବୁଡି ୨ଯୁବତୀ ଜଣେ ବାଳକ ନିଖୋଜ ହେବା ଘଟଣା ୩୩ ଘଟାଂ ବିତିଯାଇଥିଲେ ମଧ୍ୟ ସେମାନଙ୍କ ପତାପାଉ ନହାଁନ୍ତି ପୁଲିସ,ଅଗ୍ନିଶମ ବିଭାଗ ଓ ଉଡ୍ରାପଟିମ । ଗତ କାଲି ପଡିଆ ଥାନାସ୍ଥ ମାଟେରୁ ପଚାଂୟତ ନିକଟବର୍ତି ନିଲିଗୁଡା ତେଗଡପାଲି ଗ୍ରାମର ଭିମେ କବାସୀ(୧୮) ତାଙ୍କ ସାନଭଉଣୀ ମୋନିକା କବାସୀ(୧୪) ଓରାଜୁପଡିଆମି(୧୬)ତିନିଜଣ ଏକ ଦେଶିଡଙ୍ଗାରେ ସାବେରୀ ନଦୀପାର ହୋଇ ସୀମାନ୍ତ ଛତିଶଗଡ ରାଜ୍ୟ ସୁକୁମା ଜିଲ୍ଲା କେରଲାପାଲ ହାଟକୁ ଯାଇଥିଲେ, ସେମାନେ ହାଟସାରି ଫେରୁଥିବା ବେଳେ ସାବେରୀ ନଦୀରେ ହଟାତ ଡଙ୍ଗାଟି ଭାରସାମ୍ୟହରାଇ ଓଲଟିପଡିଥିଲା,ଉକ୍ତ ଡଙ୍ଗାରେ ବସିଥିବା ତିନିଜଣ ଯାକ ଯାତ୍ରୀ ନଦୀରେ ବୁଡି ଯାଇଥିଲେ । ନିକଟସ୍ଥ ଗ୍ରାମବାସୀ ମାନେ ଏହା ଦେଖି ନଦୀଘାଟରେ ବହୁତ ଖୋଜା ଖୋଜ ିକଲାପରେ ସେମାନଙ୍କର କିଛି ପତା ପାଇନଥିଲେ । ନିଖୋଜ ଙ୍କ ପରିବାର ଓ ପଡିଆ ଥାନାକୁ ଏ ସଂପର୍କରେ ଜଣାଇଥିଲେ , ରାତ୍ର ହୋଇ ଯାଇଥିବାରୁ ଘଟଣାସ୍ଥଳରେ ପୁଲିସ ,ଅଗ୍ନିଶମବିଭାଗ ପହଁଚି ପାରିନଥିଲେ । ଆଜି ସକାଳେ ଘଟଣାସ୍ଥଳରେ ପଡିଆ ଥାନା ପୁଲିସ, କାଲିମେଳା ଅଗ୍ନିଶମବିଭାଗ ,ଉଡ୍ରାପଟିମ ଘଟଣାସ୍ଥଳରେ ପହଁଚି ଡଙ୍ଗାବୁଡି ଯାଇଥିବା ସ୍ଥାନ ସାବେରୀ ନଦୀରେ ନିଖୋଜ ଙ୍କୁ ଖୋଜାଖୋଜି ଚଳାଇଛନ୍ତି । ଦୀର୍ଘ ୩୩ ଘଟାଂ ବିତିଯାଇଥିଲେ ମଧ୍ୟ ନିଖୋଜ ତିନିଜଣଙ୍କର କିଛି ପତାପାଉ ନାହାଁନ୍ତି ପୁଲିସ ଓ ଉଡ୍ରାପ ଟିମ । ନିଖୋଜ ଙ୍କ ମଧ୍ୟରେ ଅଛନ୍ତି ତେଗଡପାଲି ଗ୍ରାମର ରଜାକବାସୀଙ୍କ ଝିଅ ଭୀମେ କବାସୀ(୧୮) ଓ ସାନ ଝିଅ ମୋନିକା କବାସୀ(୧୪) ,ମୋନିକା ମୋଟୁ ହାଇସ୍କୁଲରେ ୧୦ମ ଶ୍ରେଣୀର ଛାତ୍ରୀ ସେ ଦୁର୍ଗାପୂଜା ଛୁଟି କଟାଇବାକୁ ଘରକୁ ଆସି ଥିଲେ,ଗତକାଲି ବଡ ଭଉଣୀ ସାଙ୍ଗରେ କେରଲାପାଲ ହାଟକୁ ସଉଦା କିଣିବାକୁ ଯାଇଥିଲେ । ଠିକ ସେହିପର ି ରାଜୁପଡାମି ଜଣେ ଅତ୍ୟନ୍ତ ଗରିବ ଆଦିବାସୀ ନାବାଳକ ତାଙ୍କ ବାପାଙ୍କ ମୃତ୍ୟୁପରେ ପାଠପଢାରେ ଡୋରି ବନ୍ଧା ହୋଇଗଲା, ସେ ଆନ୍ଦ୍ରପ୍ରଦେଶ କୁ ଯାଇ କୁଲି ଖଟି ବିଧବା ମା ଓ ପିରବାର ଚଳାଉଥିଲେ । ଗୋଟିଏ ଗାଁର ତିନିଜଣ ନଦୀରେ ନିଖୋଜ ହୋବା ଘଟଣାରେ ସେ ଦୁଇପରିବାରଙ୍କ ଆଖିରୁ ଲୁହ ଶୁଖୁନଥିବା ବେଳେ ସମଗ୍ର ଗାଁରେ ଶୋକର ଛାୟା ଖେଳି ଯାଇଛି ।ସୁଚନା ଯୋଗ୍ୟଯେ ଗତ ୫ବର୍ଷମଧ୍ୟରେ ସିଲେରୁ ଓ ସାବେରୀ ନଦୀରେ ଡଙ୍ଗାବୁଡି ପ୍ରାୟ୧୮ରୁ ଉର୍ଦ୍ଦ ଲୋକଙ୍କର ମୃତ୍ୟୁ ହୋଇଥିବାର ଜଣାପଡିଛି । ସାନନିଲିଗୁଡା ସାବେରୀ ନଦୀଘଟ ରେ ବଡ ଡଙ୍ଗା କିମ୍ବା ମଟୋରବୋଟ ଯୋଗାଇ ଦିଆଯାଇନଥିବାରୁ ବାରମ୍ବାର ଏହି ସାବେରୀ ନଦୀରେ ହୁଲିଡଙ୍ଗା ବୁଡି ଅନେକ ଧନଜୀବନ ନଷ୍ଟହେଉଥିଲେ ମଧ୍ୟ ଜିଲ୍ଲାପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଉନାହାଁନ୍ତି,ତୁରନ୍ତ ନିଖୋଜ ତିନିଜଣଙ୍କୁ ଖୋଜିବାହର କରିବାପାଇଁ ଗ୍ରାମବାସୀ ମାନେ ଦାବିକରିଛନ୍ତି ।