Odiapua.com

ସାବରପୁରରେ ବାଣ ତିଆରି ବେଳେ ପୋଲିସର ଚଢାଉ, ଲକ୍ଷାଧିକ ଟଙ୍କାର ବାଣ ସହିତ ବାରୁଦ ଏବଂ ବାଣ ତିଆରୀ ସାମଗ୍ରୀ ଜବତ

ଭଦ୍ରକ, ୨୮ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଧିନ ସାବରପୁର ଠାରେ ଜନ ବସତିରେ ମିର ବିକନ୍ଦର ନାମକ ଜଣେ ବ୍ୟକ୍ତିଙ୍କ ଘରେ ବେଆଇନ ଭାବରେ ବାଣ ତିଆରି ହେଉଥିବା ଖବର ପାଇ ବାସୁଦେବପୁର ପୋଲିସ ଚଢାଉ କରିଥିଲା।ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ବିଭିନ୍ନ ପ୍ରକାର ବାଣ,ବାରୁଦ,କେମିକାଲ ପାଉଡର ସହିତ ବାଣ ତିଆରିର ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ । ଏଥି ସହ ବାଣ ତିଆରି କରୁଥିବା ବାଣ ଦୋକାନି ମିର ବିକନ୍ଦରକୁ ଅଟକ ରଖିଥିବା ବାସୁଦେବପୁର ଥାନା ଅଧିକାରୀଣି ଲୋପାମୁଦ୍ରା ନାୟକ ସୂଚନା ଦେଇଛନ୍ତି।