Odiapua.com

ସାବଧାନତା ମଧୁମେହ ନିରାକରଣର ପ୍ରଥମ ନିଦାନ

ଭଦ୍ରକ ୧୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ମଧୁମେହ ଏକ ରୋଗ ନୁହେଁ, ଏହା ଏକ ଭୟ । ମାତ୍ର ଏହା ଏକ ମାରାତ୍ମକ ରୋଗ ହୋଇପାରେ ଯଦି ରୋଗୀଟିଏ ସାବଧାନତା ଅବଲମ୍ବନ ନକରେ । ନିୟମିତ ଔଷଧ ସେବନ, ଖାଦ୍ୟପେୟରେ ସନ୍ତୁଳନ ରକ୍ଷା କଲେ ଏହି ରୋଗକୁ ନିୟନ୍ତ୍ରଣ କରିହେବ । ସେଥିପାଇଁ କୁହାଯାଏ ସାବଧାନତା ହିଁ ମଧୁମେହ ରୋଗର ପ୍ରଥମ ଔଷଧ ବୋଲି ଭଦ୍ରକର ଏକ ହୋଟେଲରେ ଗ୍ଲେନମାର୍କ କମ୍ପାନୀ ପକ୍ଷରୁ ଆୟୋଜିତ ଏକ ସେମିନାରରେ ଡାକ୍ତର ରଞ୍ଜିତ ଖଟୁଆ କହିଛନ୍ତି । ଅଖିଳ ଭାରତୀୟ ଚିକିତ୍ସକ ସଂଘ ଭଦ୍ରକ ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ସେମିନାରରେ ମଧୁମେହ ରୋଗ, ଏହାର ନିରାକରଣ, ଏଥି ନିମନ୍ତେ ବର୍ତ୍ତମାନ ସମୟରେ ବାହାରିଥିବା ନୂତନ ଔଷଧ ସମୂହର ବିସ୍ତୃତ ବ୍ୟାଖ୍ୟା କରିଥିଲେ । ଉକ୍ତ ସେମିନାରକୁ ଆଇଏମ୍‌ଏର ଭଦ୍ରକ ଶାଖା ସମ୍ପାଦକ ଡାକ୍ତର ହରେକୃଷ୍ଣ ନାୟକ ଏହାକୁ ଉଦ୍‌ଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡାକ୍ତର ଅଧର କୁମାର ନାୟକ, ଡାକ୍ତର ଭରତ ଚନ୍ଦ୍ର ସାମଲ, ଡାକ୍ତର ଗୋକୁଳାନନ୍ଦ ମହାନ୍ତି, ଡାକ୍ତର ଦେବରାଜ ପାଣିଗ୍ରାହୀ, ଡାକ୍ତର ଅନିଲ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।