Odiapua.com

ସାପ ସହ ଖେଳ

ନୂଆଦିଲ୍ଲୀ,୨୩/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ): ହଲିଉଡ୍‌ ସେଲିବ୍ରିଟି କିମ୍‌ କାର୍ଦଶିୟନଙ୍କ ଝିଅ ଶିକାଗୋ ସାପ ସହିତ ଖେଳୁଥିବାର ନଜର ଆସିଛନ୍ତି। କିମ୍‌ ଏହି ଭିଡିଓକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ମୋ ବାହାଦୂର ଝିଅ ଶିକାଗୋ’। ତେବେ ସୋସିଆଲ ମିଡିଆ ୟୁଜର୍ସ ଏହି ଭିଡିଓକୁ ଦେଖି କିମ୍‌ଙ୍କ ଉପରେ ରାଗିଯାଇଛନ୍ତି। ଜଣେ ୟୁଜର୍ସ କମେଣ୍ଟରେ ଲେଖିଛନ୍ତି, ‘ଏତେ ଛୋଟ ଝିଅ ସାପ ସହିତ ଖେଳିବା ଭୟଙ୍କର ହୋଇପାରେ’।

ଏହି ଭିଡିଓକୁ ଏ ପଯ୍ୟର୍ନ୍ତ ୯୫ ଲକ୍ଷରୁ ଅଧିକ ଭ୍ୟୁୟର ଦେଖିସାରିଲେଣି। ବୁଧବାର କିମ୍‌ ସେୟାର କରିଥିବା ଏହି ଭିଡିଓରେ ଦେଖାଯାଇଛି ଯେ, ୧୯ ମାସର ତାଙ୍କ ଝିଅ ଶିକାଗୋ ଧୀରେ ଧୀରେ ସାପଟିକୁ ଧରୁଛି। ଏହାପରେ ନିଜ କାନ୍ଧ ଉପରେ ରଖି ଖେଳୁଛି। ସାପଟି କାନ୍ଧ ଆଖପାଖରେ ବୁଲୁଛି। ଭିଡିଓ ଶେଷରେ ଶିକାଗୋ ଏକ ସ୍ମାଇଲ ସହ କ୍ୟାମେରାକୁ ଦେଖୁଛନ୍ତି ଏବଂ ଧରିଥିବା ସାପକୁ କୋଳେଇ ନେଉଛନ୍ତି।