Odiapua.com

ସାପ କାମୁଡ଼ାରେ ନାବାଳକ ଶିଶୁ ମୃତ

ସିନାପାଲି/ଖଡ଼ିଆଳ-୨୯-୭-୧୯ (ଓଡ଼ିଆ ପୁଅ-ହେରାମ୍ବ ମେହେର)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଚନୁଟମାଲ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା।ପୋଲିସ କହିବା ଅନୁସାରେ ରାତିରେ ବାପା ବିନୋଦ ଦୀପ ୩ ବର୍ଷର ପୁଅ ହେମସାଗର ଦୀପକୁ ସାଙ୍ଗରେ ଧରି ଶୋଇ ଥିବାବେଳେ ବାପ ଓ ପୁଅଙ୍କୁ ସାପ କାମୁଡି ଦେଇଥିଲା। ହେଲେ ବାପା ବିନୋଦ ଗୋଟିଏ ଵୈଦ୍ୟ ପାଖକୁ ଯାଇ ତାଙ୍କର ଚିକିତ୍ସା କରିଥିଲେ କିନ୍ତୁ ସେ ଜାଣି ନଥିଲେ ଯେ ପୁଅ ହେମସଗାରକୁ ମଧ୍ୟ ସାପ କାମୁଡିଛି ବୋଲି ପରେ ହେମସାଗର ଅଚେତ ହେବାରୁ ଖଡ଼ିଆଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ପରେ ମିଶନ ହସ୍ପିଟାଲକୁ ସ୍ଥାନାନ୍ତର କରିଥିଲେ ଏବଂ ସେଠାରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଏ ଏସ ଆଇ ଦେବାର୍ଚ୍ଚନ ନିଆଲ ପ୍ରକାଶ କରିଛନ୍ତି।