Odiapua.com

ସାପ କାମୁଡାରେ ୧୩ ବର୍ଷୀୟା ଛାତ୍ରୀର ଶୋଚନୀୟ ମୃତ୍ୟୁ

ବଲାଙ୍ଗୀର, ୦୮-୦୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲାର ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗ୍ରାମର ଶୁଶାନ୍ତ ପଟ୍ଟନାୟକଙ୍କ ଝିଅ ଯାଜ୍ଞସେନୀ ପଟ୍ଟନାୟକ (୧୩) ଙ୍କ ର ଗତ ବୁଧବାର ଭୋର ପ୍ରାୟ ୩ ଟା ରେ ସର୍ପାଘାତରେ ଗୁରୁତର ହୋଇ ଯାଇଥିଲା। ହେଲେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝଡା, ଫୁଙ୍କା ପରିବାର ଲୋକେ କରେଇଥିଲେ। ସୂଚନା ଅନୁସାରେ ଶୋଇଥିବା ଅବସ୍ଥାରେ କୌଣସି ଏକ ବିଷଧର ସାପ ସର୍ପାଘାତ କରିଥିଲା। ପରିବାର ଲୋକେ ପ୍ରଥମେ ଝଡା ଫୁକା କରିଥିଲେ କିନ୍ତୁ ଅବସ୍ଥା ଗୁରୁତର ହେବାରୁ ୧୦୮ ଆମ୍ବୁଲାନ୍ସ ଡାକି ଟିଟିଲାଗଡ଼ ଉପଖଣ୍ଡ ଡାକ୍ତର ଖାନାକୁ ଚିକିତ୍ସା ପାଇଁ ନେଇ ଆସିଥିଲେ। ହେଲେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଡାକ୍ତର ମୃତ ଘୋଷଣା କରିଥିଲେ। ମୁରିବାହାଲ ଥାନା ପୋଲିସ ସବ ଇନ୍ସପେକ୍ଟର ସରୋଜ କୁମାର ରଥ ପହଞ୍ଚି ଶବକୁ ବ୍ୟବଛେଦ ପାଇଁ ପଠେଇଥିଲେ। କେଶ ନ- ୦୬/୨୦୨୦/ ଅନୁଯାୟୀ ଏକ ଅପମୃତ ମାମଲା ରୁଜୁ କରାଯାଇ ଥିବା ଶ୍ରୀ ରଥ ଜଣାଇ ଥିଲେ। ଝିଅଟି ଅଷ୍ଟମ ଶ୍ରେଣୀ ପଢ଼ୁଥିବା ଜଣାପଡିଛି।