Odiapua.com

ସାପ କାମୁଡାରେ ମା’ ଓ ପୁଅ ମୃତ୍ୟୁ

ବାଲିଗୁଡା, ୨୪/୯ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡର କ.ନୂଆଗାଁ ଥାନା ଅନ୍ତର୍ଗତ ଡ଼ପାର ଗାଁ ରେ ଏକ ଅଭାବନିୟ ଘଟଣା ଘଟିଛି ସୋମବାର ରାତିରେ ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ ପୁଅ ଆଦିତ୍ୟ ପ୍ରଧାନକୁ କାମୁଡି ଥିଲା, ତାର ଚିତ୍କାର ଶୁଣି ମା’ ରାଜଲଷ୍ମୀ ଉଠି ପଡ଼ିଥିଲା। ମା’ କୁ ମଧ୍ୟ ଏହି ସାପ ଟି କାମୁଡି ଥିଲା। ପାଟି ଶୁଣି ସ୍ୱାମୀ ଜୟ କୃଷ୍ଣ ଉଠି ପଡିଶା ଲୋକଙ୍କୁ ଡାକି କ.ନୂଆଗାଁ ଗୋଷ୍ଠୀ ଚିକିତ୍ସାଲୟକୁ ଆଣି ଥିଲେ, ପୁଅ ଆଦିତ୍ୟ ଚିକିତ୍ସା ଅବସ୍ଥାରେ ମୃତ୍ୟୁ ଘଟିଥିବା ବେଳେ ମା’ କୁ ଫୁଲବାଣୀ ମୁଖ୍ୟ ଚିକିତ୍ସାଲୟରେ ଭର୍ତ୍ତି କରାଯାଇ ଚିକିତ୍ସା ସମୟରେ ମୃତ୍ୟୁ ଘଟିଛି। ପୁଅ ଆଦିତ୍ୟକୁ ବାଲିଗୁଡା ଡାକ୍ତରଖା କୁ ଶବ ପଞ୍ଚନାମା ପାଇଁ ଅଣା ଯାଇଛି। ମୃତ ରାଜଲଷ୍ମୀର ଫୁଲବାଣୀରେ ଶବ ବ୍ୟବଛେଦ କରାଯିବ। କ ନୂଆଗାଁ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ମୃତ ରାଜ ଲକ୍ଷ୍ମୀ ପୁରୁଣା ନୂଆଗାଁ ମଝିସାହିରେ ଅଙ୍ଗନ ବାଡ଼ି କର୍ମୀ ରୁପେ କାର୍ଯ୍ୟରତ ଥିଲେ। ଏ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।