Odiapua.com

ସାପ କାମୁଡାରେ ଆଦିବାସୀ ଯୁବକ ଗୁରୁତର,ଚିକିତ୍ସାରେ ଅର୍ଥସାଜିଛି ବାଧକ

ମାଲକାନଗିରି,୩ା୭(ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ପଡିଆ ବ୍ଲକସ୍ଥ ନିଲିଗୁଡା ଗ୍ରାମର ଗଙ୍ଗାମାଢି(୧୮) ନାମକ ଜଣେ ଆଦିବାସୀ ଯୁବକ ରାତ୍ରରେ ଘରେ ଶୋଇଥିବା ଅବସ୍ଥାରେ ତାଙ୍କୁ ଏକ ସାପ ଗତକିଛିଦିନତଳେ କାମୁଡିଦେଇ ଥିଲା,ତାଙ୍କୁ ପରିବାର ଲୋକେ ମାଲକାନଗିରି ଜିଲ୍ଲା ହସପିଟାଲରେ ଚିକିତ୍ସା ନିମନ୍ତେ ଭର୍ତିକରିଥିଲେ ।ଡାକ୍ତର ମାନେ ଚିକିତ୍ସା କରି ଯୁବକ ଦେହରୁ ସାପ ବିଷ ବାହାର କରିଦେଇ ଜୀବନ ବଚାଂଇଦେଇ ଥିଲେ । ଯୁବକର ବଚିଂଯାଇଥିବା ବେଳେ ତାଙ୍କ ଗୋଡ ଧିରେ ଧିରେ ଫୁଲିବାକୁ ଲାଗିଲା,ଦିନକୁ ଦିନ ଅସହ୍ୟ ଯନ୍ତ୍ରଣା ହେଲା , କେଉଁ ସାପ କାମୁଡିଛି ତାହା ସ୍ପଷ୍ଟ ହୋଇନଥିବା ବେଳେ କେଉଁକାରଣ ଯୋଗୁ ଯୁବକର ଗୋଡ ଫୁଲିଯାଉଛି ସେ କାରଣ ଡାକ୍ତର ମାନେ ଜାଣିପାରିନବଥିଲେ । ଅସହ୍ୟ ଯନ୍ତ୍ରଣା ଅନୁଭବ କରୁଥିବାର ଦେଖି ସେଯୁବକ ଙ୍କର ଉଚ୍ଚତର ଚିକିତ୍ସା ନିମନ୍ତେ କୋରାପୁଟ ହସପିଟାଲକୁ ନେଇ ଯିବା ପାଇଁ ପରାମର୍ଶ ଦେଇଥିଲେ । ହେଲେ ପରିବାର ଲୋକେ ଅତ୍ୟନ୍ତ ଗରିବ ଆଦିବାସୀ ଲୋକ ହୋଇଥିବାରୁ ପୁଅକୁ ଉଚ୍ଚତର ଚିକିତ୍ସା ପାଇଁ କୋରାପୁଟ ହସପିଟାଲକୁ ନେବା ସମ୍ଭବ ପର ହେଉନଥିବାରୁ ତାଙ୍କୁ ମାଲକାନଗିରି ହସପିଟାଲରେ ଗତ ଏକ ସପ୍ତାହ ଧରି ପକାଇ ରଖିଥିବାର ଜଣାପଡିଛି । ଗଙ୍ଗା ମାଢି ଙ୍କ ର ଚିକିତ୍ସାରେ ଅର୍ଥ ବାଧକ ସାଜିଥିବାରୁ ତାଙ୍କ ପରିବାର ଲୋକେ ପୁଅର ଚିକିତ୍ସା ନିମନ୍ତେ ସହାୟତା ଯୋଗଇ ଦେବା ପାଇଁ ସୋସିଆଲମେଡିଆରେ ଜନସାଧରଣଙ୍କୁ ଅନୁରୋଧ କରିଛନ୍ତି । ଏହି ଗରିବ ଆଦିବାସୀ ଯୁବକ ଗଙ୍ଗାମାଢି ଙ୍କର ଚିକିତ୍ସା ପାଇଁ ଆର୍ଥିକ ସହାୟତା ନିମନ୍ତେ ଜିଲ୍ଲାପ୍ରଶାସନ ନିକଟରେ ଗ୍ରାମବାସୀ ମାନେ ଦାବିକରିଛନ୍ତି ।