Odiapua.com

ସାନ ମସିଗା ଯୁବକ ସଙ୍ଘ ଗୃହ ଅକ୍ତିଆର କରି ଥିବା ଲୋକ ହାତରୁ କେବେ ମିଳିବ ? ଜିଲ୍ଲା ପ୍ରଶାସନ କରୁ ହସ୍ତକ୍ଷେପ

ନବରଙ୍ଗପୁର ୨୧-୮ (ଓଡ଼ିଆ ପୁଅ/ରବିନାରାୟଣ ମହାନ୍ତି) – ସାରା ଦେଶରେ ୭୬ ତମ ସ୍ୱଧିନତା ଦିବସ ବଡ଼ ଆଡ଼ମ୍ବରରେ ପାଳନ କରୁଥିବା ବେଳେ ନବରଙ୍ଗପୁର ବ୍ଲକ ସାନ ମସିଗାଁ ଗ୍ରାମ ପଞ୍ଚାୟତରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ। ସାନ ମସିଗାଁ ଗ୍ରାମ ପଞ୍ଚାୟତର ଯୁବକ ସଙ୍ଘ ଏବଂ ଵୟୋଜେଷ୍ଟ ବ୍ୟକ୍ତି ଗ୍ରାମର ଛୋଟିଆ ଖାଲି ସ୍ଥାନରେ ସ୍ୱାଧୀନତା ଦିବସ ପାଳନ କରିଥିବାର ଦେଖିବାକୁ ମିଳିଥିଲା। ଗ୍ରାମର ସରପଞ୍ଚ ଆସି ଜାତୀୟ ପତାକାକୁ ଉତ୍ତୋଳନ କରିଥିଲେ। ଗ୍ରାମର ସ୍କୁଲ ଛାତ୍ର, ଛାତ୍ରୀ, ସମେତ ବହୁ ବୃଦ୍ଧିଜୀବୀ ଉପସ୍ଥିତ ରହିଥିଲେ। କିନ୍ତୁ ଦୁଃଖର ବିଷୟ ଯେଉଁ ସ୍ଥାନରେ ଯୁବକ ସଙ୍ଘ ସ୍ୱାଧୀନତା ଦିବସ ପାଳନ କରୁଥିଲେ ସେଠାରେ କାଦୁଅ, ବର୍ଷା ପାଣି ଜମିଥିଲା। ତଥାପି ଯୁବକ ସଙ୍ଘଙ୍କ ମନରେ ସ୍ୱାଧୀନତା ଦିବସ ପାଳନ ଓ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଗେଇଥିଲେ। କିନ୍ତୁ ଦୁଃଖର ବିଷୟ ସାନ ମସିଗାଁରେ ଯୁବକ ମାନଙ୍କ ପାଇଁ କ୍ଲବ ଗୃହ ଅଛି, କିନ୍ତୁ ସେ କ୍ଲବ ଗୃହକୁ ଚାବି ଦେଇ ୨ ବର୍ଷ ହେବ ବନ୍ଦ କରିରଖିଛନ୍ତି। ସାନ ମସିଗାଁ ଗ୍ରାମବାସୀ, ଯୁବକ ସଙ୍ଘ, ଏବଂ ସ୍ଥାନୀୟ ସରପଞ୍ଚ ଏହି କ୍ଲବ ଗୃହର ଚାବି ଯୁବକ ସଙ୍ଘ କୁ ହସ୍ତାନ୍ତର କରିବାକୁ କହିଥିଲେ। କିନ୍ତୁ ଯେଉଁ ବ୍ୟକ୍ତି ଉକ୍ତ ଯୁବକ ସଙ୍ଘ ଗୃହର ଚାବି ରଖିଛନ୍ତି ସେ ଏହି ଚାବିକାଠି ଦେବାକୁ କୁଣ୍ଠାବୋଧ କରୁଛି ବୋଲି ଗ୍ରାମ ବାସୀମାନେ ଅଭିଯୋଗ କରିଛନ୍ତି। ଜଣେ ସରକାରୀ ସ୍କୁଲର ପିଅନ କାମ କରି, ବିଭିନ୍ନ ଠିକା କାମ କରିବା ସହ କ୍ଲବ ଗୃହରେ ସିମେଣ୍ଟ, ନିଜର ବିଭିନ୍ନ ସାମଗ୍ରୀ ରଖିଛନ୍ତି। ଗ୍ରାମର କୌଣସି ଭଲ, ମନ୍ଦ କାର୍ଯ୍ୟ ପାଇଁ ଚାବି ମାଗିଲେ ଦେଉନାହାନ୍ତି। ମୁଁ ଚାବି ଦେବିନାହିଁ ତୁମେ କାହାକୁ କହୁଛ କୁହ ବୋଲି ଧମକ ଦେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଏହି ସମ୍ପର୍କରେ ପଞ୍ଚାୟତ ଅଧିକାରୀକୁ ଜଣାଇଲେ ମଧ୍ୟ୍ୟ କୌଣସି ସମାଧାନ ହେଇପାରିଲା ନାହିଁ। ଶେଷରେ ନବରଙ୍ଗପୁର ବିଡିଓଙ୍କୁ ସାନମସିଗାଁ ଗ୍ରାମବାସୀ, ଯୁବକ ସଙ୍ଘ, ଏବଂ ସ୍ଥାନୀୟ ସରପଞ୍ଚ ଏକ ଲିଖିତ ଅଭିଯୋଗ ଦେଇଥିଲେ। ବିଡିଓ ସାର ମଧ୍ୟ୍ୟ ସାନ ମାସିଗା ଯୁବକ ସଙ୍ଘକୁ ଭୁଲେଇ ଭୁଲେଇ ଯାଉଛନ୍ତି, କିନ୍ତୁ ସମସ୍ୟା ସମାଧାନ କରୁନାହାନ୍ତି ବୋଲି ଯୁବକ ସଙ୍ଘ ଅଭିଯୋଗ କରୁଛନ୍ତି। କ୍ଲବ ଗୃହର ଚାବି ଦେଇଥିଲେ ଗ୍ରାମର ସୁଖ, ଦୁଃଖରେ କାମ ଆସିବା ସହ ସ୍ୱାଧୀନତା ଦିବସ ବଡ଼ ଆଡ଼ମ୍ବରରେ ପାଳନ କରିବା ସହ ବିଭିନ୍ନ ପ୍ରତିଯୋଗିତା, ସାଂକୃତିକ କାର୍ଯ୍ୟକ୍ରମ କରାଯାଇ ପାରନ୍ତା ବୋଲି ଜଣାଇଛନ୍ତି। ଯଦି ଦୁଇ ଦିନ ମଧ୍ୟ୍ୟରେ ଏହି ସମସ୍ୟା ର ସମାଧାନ ନ କରିବେ ତାହାହେଲେ ଯୁବକ ସଙ୍ଘ ନବରଙ୍ଗପୁର ବ୍ଲକ ଅଫିସ ଘେରାଉ କରିବା ସହ ଧାରଣାରେ ବସିବୁ ବୋଲି କହିଛନ୍ତି। ଦେଖିବାକୁ ବାକି ରହିଲା ଆଗକୁ ବିଡିଓ ମହାଶୟ କଣ ପଦକ୍ଷେପ ନେବେ।