Odiapua.com

ସାଧ୍ଵୀ ପ୍ରଜ୍ଞା ଅସ୍ୱସ୍ଥ, ହସ୍ପିଟାଲରେ ଭର୍ତ୍ତି

ନୂଆଦିଲ୍ଲୀ ୬-୬ (ଓଡ଼ିଆ ପୁଅ): ଭୋପାଳରୁ ନବନିର୍ବାଚିତ ସାଂସଦ ପ୍ରଜ୍ଞା ଠାକୁରଙ୍କର ପେଟରେ ଯନ୍ତ୍ରଣା କାରଣରୁ ବୁଧବାରଦିନ ରାତିରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ଗୁରୁବାର ସକାଳେ ତାଙ୍କୁ ଛୁଟି ମିଳିଛି। ପ୍ରଜ୍ଞା ୨୦୦୮ ର ମାଲେଗାଁଓ ବିଷ୍ପୋରଣ ମାମଲାରେ ଅଭିଯୁକ୍ତ ଏବଂ ଏହି ସପ୍ତାହରେ ତାଙ୍କୁ ମୁମ୍ବାଇର ଏକ ବିଶେଷ କୋର୍ଟରେ ହାଜର ହେବାର ଆଦେଶ ଦିଆଯାଇଥିଲା। ଯାହା ଅନୁଯାୟୀ ତାଙ୍କୁ ସାତ ଜୁନରେ କୋର୍ଟରେ ହାଜର ହେବାକୁ ପଡ଼ିବ।

ସୂଚନା ମୁତାବକ ପ୍ରଜ୍ଞାଙ୍କର ଆନ୍ତରେ ସଂକ୍ରମଣ, ଅଣ୍ଟାରେ ଯନ୍ତ୍ରଣା ଏବଂ ହାଇ ବ୍ଲଡ ପ୍ରେସର କାରଣରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଡକ୍ଟର ଅଜୟ ମେହତା କହିଛନ୍ତିଯେ, ପ୍ରଜ୍ଞାଙ୍କର ଆନ୍ତରେ ସଂକ୍ରମଣ ଏବଂ ବ୍ଲଡ ପ୍ରେସର ବହୁତ ବଢ଼ିଯାଇଥିଲା। ତାଙ୍କୁ ଏକରୁ ଦୁଇ ଦିନ ପର୍ଯ୍ୟନ୍ତ ଅବଜରଭେସନ୍ ରେ ରଖାଯିବ।

ପ୍ରଜ୍ଞାଙ୍କର ସହଯୋଗୀ କହିଛନ୍ତିଯେ, ସେ ଆଜି ଏକ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ତା’ ପରେ ପୁନଃ ତାଙ୍କୁ ହସ୍ପିଟାଲ ଅଣାଯିବ। ତାଙ୍କ ସହଯୋଗୀ ଉପମା କହିଛନ୍ତି, “ସେ (ପ୍ରଜ୍ଞା ଠାକୁର) ଠିକ ନାହାଁନ୍ତି। ତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ ହସ୍ପିଟାଲରେ ଭର୍ତି କରାଯାଇଥିଲା। ସେ ପେଟ ସମ୍ବନ୍ଧିତ କୌଣସି ରୋଗରେ ପୀଡ଼ିତ ଅଛନ୍ତି ଏବଂ ଇଂଜେକ୍ଶନ ସହ ଔଷଧ ଦିଆଯାଇଛି। ତାଙ୍କୁ ଗୁରୁବାର ସକାଳେ ହସ୍ପିଟାଲରୁ ଛୁଟି ଦିଆଯାଇଛି ଏବଂ ଏକ କାର୍ଯ୍ୟକ୍ରମରେ ଭାଗ ନେବାକୁ ୟାଉଛନ୍ତି। କିନ୍ତୁ ସେ ପୁନଃ ହସ୍ପିଟାଲ ଫେରିବେ କାରଣ ତାଙ୍କର ସ୍ୱାସ୍ଥ୍ୟ ଠିକ ନାହିଁ।”

କୁହାଯାଇପାରେଯେ, ୨୦୦୮ ରେ ହୋଇଥିବା ମହାରାଷ୍ଟ୍ରର ମାଲେଗାଁଓ ବିଷ୍ପୋରଣରେ ସାଧ୍ଵୀ ପ୍ରଜ୍ଞାଙ୍କୁ ମୁଖ୍ୟ ଅଭିଯୁକ୍ତ ବନାଯାଇଥିଲା। ସେହି ବିଷ୍ପୋରଣରେ ସାତ ଲୋକଙ୍କର ମୃତ୍ୟୁ ହୋଇଥିଲା ଏବଂ ପ୍ରାୟତଃ ୧୦୦ ଲୋକ ଆହତ ହୋଇଥିଲେ। ଅକ୍ଟୋବର ୨୦୦୮ ରେ ହୋଇଥିବା ଏହି ବିଷ୍ପୋରଣରେ ସାଧ୍ଵୀ ପ୍ରଜ୍ଞାଙ୍କ ସହିତ କର୍ଣ୍ଣେଲ ପୁରୋହିତ ଏବଂ ସ୍ଵାମୀ ଅସୀମାନନ୍ଦଙ୍କୁ ମଧ୍ୟ ଅବିଯୁକ୍ତ ବନାଯାଇଥିଲା। ମାମଲା ବର୍ତ୍ତମାନ ମଧ୍ୟ କୋର୍ଟରେ ଅଛି। ଏହି ତିନିଜଣ ଜାମିନ୍ ରେ ବାହାରେ ଅଛନ୍ତି। ଗତ ଦିନରେ ମୁମ୍ବାଇର ବିଶେଷ ନ୍ୟାୟାଳୟରେ ପ୍ରତ୍ୟେକ ଗୁରୁବାରଦିନ ସାଧ୍ଵୀଙ୍କୁ କୋର୍ଟରେ ହାଜର ହେବାକୁ କୁହାଯାଇଛି।