Odiapua.com

ସାଧାରଣ ଜନତାଙ୍କ ପାଇଁ ସୁରକ୍ଷା କବଚ ସାଜି ପୁଣି ଆଗେଇ ଆସିଛନ୍ତି ଶଙ୍ଖ ସଙ୍ଗଠନ ସୈନିକ

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ‘ଦାନା’ ର ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଶଙ୍ଖ ସଙ୍ଗଠନର ସୈନିକମାନେ । ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶ କ୍ରମେ ସାଧାରଣ ଜନତାଙ୍କ ସମସ୍ୟା ର ସମାଧାନ ସହ ଲୋକମାନଙ୍କ ସୁରକ୍ଷା ପାଇଁ ବିଜେଡ଼ିର ପ୍ରତ୍ୟେକଟି କର୍ମୀ ଓ ନେତା କାମ କରିବାର ବଜ୍ର ଶପଥ ନେଇଛନ୍ତି। ଶାସନ ଦାୟିତ୍ୱରେ ଥିବା ବେଳେ ଯେମିତି ଓଡ଼ିଶା ଜନତା ସାଧାରଣ ପାଇଁ ସୁରକ୍ଷା କବଚ ସାଜି କାର୍ଯ୍ୟ କରୁଥିଲେ ଏହି ସମ୍ଭାବ୍ୟ ବାତ୍ୟା ରେ ପ୍ରତ୍ୟେକ ଟି କ୍ଷେତ୍ରରେ ସେହିଭଳି ସହଯୋଗ ସହାୟତା ଯୋଗାଇ ଦେବା ନେଇ ପୂର୍ବତନ ଯାଜପୁର ବିଧାୟକ ତଥା ପୂର୍ବତନ ବିଜେଡ଼ି ର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଭଦ୍ରକ ରେ ଦଳୀୟ ନେତୃମଣ୍ଡଳୀ ସହିତ ଏ ସମ୍ପର୍କରେ ଆଲୋଚନା କରିବା କାଳରେ କହିଛନ୍ତି । ଏହି ବୈଠକରେ ବିଜୁ ଜନତା ଦଳର ବରିଷ୍ଠ ନେତୃତ୍ୱ ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପ୍ରଫୁଲ୍ଲ ସାମଲ ଉପସ୍ଥିତ ଥିବା ବେଳେ ଭଣ୍ଡାରିପୋଖରୀ ବିଧାୟ ସଂଜୀବ୍ କୁମାର ମଲ୍ଲିକ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ବାସୁଦେବପୁର ପୂର୍ବତନ ବିଧାୟକ , ଧାମନଗରର ପୂର୍ବତନ ବିଧାୟକଙ୍କ ସମେତ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଯେନା ଓ ଅନ୍ୟାନ୍ୟ ଆଗ ଧାଡିର ସଙ୍ଗଠକ ନେତୃତ୍ୱ ଯୋଗଦେଇଥିଲେ।