Odiapua.com

ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚିତ୍ରାଙ୍କନ ଓ ପ୍ରବନ୍ଧ ପ୍ରତିଯୋଗିତା

ଭଦ୍ରକ, ୨୦ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳନ ଉପଲକ୍ଷେ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସୂଚନା ଓ ଲୋକ ସମ୍ପର୍କ ଅନୁଭାଗ ଜରିଆରେ ଶନିବାର ପୂର୍ବାହ୍ନରେ ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଦୁଇଟି ବିଭାଗରେ ହୋଇଥିବା ଏହି ପ୍ରତିଯୋଗିତାରେ ସମୁଦାୟ ୫୧ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିଥିଲେ । କନିଷ୍ଠ ବର୍ଗରେ ସରକାରୀ ହାଇସ୍କୁଲ ଶୁଭସ୍ମିତା ପାଢ଼ୀ ୧ମ, ଏନ୍‌.ଆର.ଆଇ. ସ୍କୁଲର ସୋନାକ୍ଷୀ ପ୍ରିୟଦର୍ଶନୀ ୨ୟ, ସେଣ୍ଟ ଜାଭିୟର ସ୍କୁଲର ଆୟୁଷ୍ମାନ୍ ପଣ୍ଡା ୩ୟ, ହୋଇଥିଲା ବେଳେ ବରିଷ୍ଠ ବର୍ଗରେ ମଞ୍ଜୁଳା ମଞ୍ଜରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର ଶ୍ରୀକ୍ଷେତ୍ର ଦାସ ୧ମ, ଏସ୍‌.ବି.ଡ଼ି. ଇଣ୍ଟରନ୍ୟାସନାଲ ସ୍କୁଲର ଆସ୍ଥା ନାୟକ ୨ୟ, ଆଦର୍ଶ ବିଦ୍ୟାଳୟ ଓଲଙ୍ଗର ସାଇପ୍ରଭା ବିହାରୀ ୩ୟ ସ୍ଥାନ ନେଇଛନ୍ତି । ଭଦ୍ରକ ଆର୍ଟ କଲେଜର ଅଧ୍ୟକ୍ଷ ମନୋଜ ଭଟ୍ଟାଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ଅନ୍ୟ ଦୁଇ ବିଚାରକ ନାରାୟଣ ବେହେରା, ରତିକାନ୍ତ ଦାଶଙ୍କ ଦ୍ୱାରା ମୂଲ୍ୟାଙ୍କନ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚନା ଲୋକ ସମ୍ପର୍କ ବିଭାଗ କର୍ମଚାରୀ ମୀନାକ୍ଷୀ ଗରାବଡ଼ୁ, ସୁରେଶ ଚନ୍ଦ୍ର ତ୍ରିପାଠୀ ଏବଂ ଅନ୍ୟତମ ସହଯୋଗୀ ସରକାରୀ ଓକିଲ ଗୌରହରି ନାୟକ ଓ ସ୍ୱେଚ୍ଛାସେବୀ ରିଆଜ ଅହମ୍ମଦଙ୍କ ଦ୍ୱାରା ଏହି ପ୍ରତିଯୋଗିତା ପରିଚାଳନା କରାଯାଇଥିଲା ।

ଉକ୍ତ ଦିନ ଅପରାହ୍ନରେ ‘ପଲ୍ଲୀଶ୍ରୀ’ ଅନୁଷ୍ଠାନର ପୃଷ୍ଠ ପୋଷକତାରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରମେଶ ଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଦୁଇଟି ଗ୍ରୁପ୍ ମଧ୍ୟରେ ଇଂରାଜୀ ଓ ଓଡ଼ିଆରେ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗୌରହରି ନାୟକ ଏହି ପ୍ରତିଯୋଗିତା ଆୟୋଜନ ଓ ପରିଚାଳନାରେ ମଧ୍ୟ ସହଯୋଗ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଶଶଧର ମହନୀ, ଅଧ୍ୟାପକ ସଂଗ୍ରାମ ମହାନ୍ତି, ଅଧ୍ୟାପକ ଶଶଧର ଦାସ, ଶିକ୍ଷାବିତ ଅମର ପାଣିଗ୍ରାହୀ, ଅବସରପ୍ରାପ୍ତ ବି.ଇ.ଓ ଶମ୍ଭୁନାଥ ପାଣିଗ୍ରାହୀ ପ୍ରମୁଖ ବିଚାରକ ଭାବେ ଏହି ପ୍ରତିଯୋଗିତା ପାଇଁ ମୂଲ୍ୟାଙ୍କନ କରିଥିଲେ ଏଥିରେ ବରିଷ୍ଠ ଓଡ଼ିଆ ପ୍ରଅବନ୍ଧ ବିଭାଗରେ ଆର.ଆର.ହାଇସ୍କୁଲ ଭଦ୍ରକର ଦିବ୍ୟଜ୍ୟୋତି ପ୍ରଧାନ ପ୍ରଥମ, ବି.ଏମ୍‌. ବାଗୁରାଇ ହାଇସ୍କୁଲର ଅଂଶୁମାନ ସାମଲ ଦ୍ୱିତୀୟ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ଓଲଙ୍ଗର ଦେବାଶିଷ୍ ସାହୁ ତୃତୀୟ, ଓଡ଼ିଆ କନିଷ୍ଠ ବିଭାଗର ଦେଶବନ୍ଧୁ ସରକାରୀ ୟୁ.ପି. ସ୍କୁଲର ପ୍ରିୟଦର୍ଶନୀ ପଣ୍ଡା ପ୍ରଥମ, ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓଲଙ୍ଗର ଅଭିଜିତ୍ ପାତ୍ର ଦ୍ୱିତୀୟ, ଡି.ଏ.ଭି. ଏସ୍‌.ଡ଼ି.ପି.ଏସ୍ ପବ୍ଲିକ୍ ସ୍କୁଲର ନାଭ୍ୟାଶ୍ରୀ ପାଲ ତୃତୀୟ । ବରିଷ୍ଠ ପ୍ରବନ୍ଧ ଇଂରାଜୀ ବିଭାଗରେ ସେଣ୍ଟ ଜାଭିୟର ହାଇସ୍କୁଲ ମୁନ୍ ସାମଲ ପ୍ରଥମ, ସେହି ବିଦ୍ୟାଳୟର ନତାସା ପାଣିଗ୍ରାହୀ ଦ୍ୱିତୀୟ ଏବଂ ଯୁଗ୍ମ ତୃତୀୟ ଭାବେ ଏସ୍‌.ବି.ଡ଼ି. ଇଣ୍ଟର ନ୍ୟାସନାଲ ସ୍କୁଲର ପ୍ରକୃତି ବେହୁରିଆ ଏବଂ ଡି.ଏ.ଭି. ଏସ୍‌.ଡ଼ି.ପି.ଏସ୍ ପବ୍ଲିକ୍ ସ୍କୁଲର ଅନୁରାଗ ଧଳ୍‌୍‌୍‌୍‌୍‌୍‌୍‌୍ ଯୋଗ୍ୟ ବିବେଚିତ ହୋଇଛନ୍ତି । କନିଷ୍ଠ ପ୍ରବନ୍ଧ ଇଂରାଜୀ ବିଭାଗରେ ସନ୍‌ସାଇନ୍ ମିଶନ ସ୍କୁଲର ଉର୍ମି ଦାସ ପ୍ରଥମ, ଏସ୍‌.ବି.ଡ଼ି. ସ୍କଲର ଜ୍ଞାନରଂଜନ ସୁଆର ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଜାଗୃତୀ ବାରିକ୍‌, ଡ଼ି.ଏ.ଭି.ଡ଼ି.ପି.ଏସ୍‌ର ଭବାନି ଏସ୍‌. ପାଣି ଏବଂ ସେହି ବିଦ୍ୟାଳୟର କିରଣ ସାହୁ ଯୋଗ୍ୟ ବିବେଚିତ ହୋଇଛନ୍ତି ।