Odiapua.com

ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ, ଯାତ୍ରୀଙ୍କୁ ସଚେତନ କରୁଛି ରେଳବାଇ ପୋଲିସ୍

ପୁରୀ ୬-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) କୋଭିଡ଼ କଟକଣା ପାଇଁ ଦୀର୍ଘ ସାତ ମାସ ପରେ ପୁରୀରୁ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ପୁରୀ ରେଳଷ୍ଟେସନ ସୁରକ୍ଷା ବ୍ୟବସ୍ଥା ଓ କୋଭିଡ଼ ଗାଇଡ଼ଲାଇନ ସମ୍ପର୍କରେ ଯାତ୍ରୀଙ୍କୁ କିପରି ସଚେତନ କରାଯାଉଛି ଗତକାଲି ସେଗୁଡିକର ତଦାରଖ କରିଛନ୍ତି ଡ଼ିଭିଜିନାଲ ସୁରକ୍ଷା କମିଶନର ଏମ ସଦାଶିବ ରାଓ। ତାଙ୍କ ଉପସ୍ଥିତିରେ ପୁରୀ ଆରପିଏଫ ଥାନା ଅଧିକାରୀ ଅନିଲ କୁମାର ସିଂ ଓ ଅନ୍ୟ କର୍ମଚାରୀ ମାନେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଯାତ୍ରୀଙ୍କୁ ସଚେତନ କରିବା ସହ ମାଗଣା ସାନିଟାଇଜର ଓ ମାସ୍କ ବଣ୍ଟନ କରିଥିଲେ। ପରେ ଏକ ବୈଠକରେ ଶ୍ରୀ ରାଓ ପୁରୀ ରେଳ ଷ୍ଟେସନରେ ଅଚଳ ଥିବା ସମସ୍ତ ସିସି ଟିଭି କ୍ୟାମେରା ପୁନଃ କାର୍ଯ୍ୟକ୍ଷମ କରିବା ସହ ଯାତ୍ରୀଙ୍କ ଲଗେଜ ସ୍କାନରେ ଯାଞ୍ଚ କରିବାକୁ ନିର୍ଦେଶ ଦେଇଥିଲେ। ସେହିପରି ସନ୍ଧିଗ୍ଧ ବ୍ୟକ୍ତିଙ୍କ ଉପରେ ନଜର ରଖିବା ସହ ଟିକେଟ କାଉଣ୍ଟରରେ ଦଲାଲି କାରବାର ସହ କଳାବଜାରି ବନ୍ଦ କରିବାକୁ ସେ ନିର୍ଦେଶ ଦେଇଥିଲେ।