Odiapua.com

ସାତ କେଜି ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ବାଇକ ସହ ଦୁଇ ଯୁବକ ଗିରଫ

ବଲାଙ୍ଗୀର, ୨୩-୧୧ (ଓଡ଼ିଆ ପୁଅ) : ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଗଞ୍ଜେଇ ଚାଲାଣ ବୃଦ୍ଧି ପାଉଛି। ନିକଟସ୍ଥ ବିଭିନ୍ନ ପଡୋଶୀ ରାଜ୍ୟ ଗୁଡିକୁ ଚାଲାଣ କରାଯିବା ସହ ଅନେକ ବେଆଇନ ବ୍ୟବସାୟୀ ବେଶ ମୋଟା ଅଙ୍କ ରେ ଲାଭବାନ ହୋଇଆସୁଛି। ବଲାଙ୍ଗିର ଜିଲ୍ଲା ତୁଷୁରା ଅଂଚଳରେ ଏକ ପଲସର ବାଇକ ଡିକିରୁ ୭ କେଜି ଗଂଜେଇ ଜବତ କରିବା ସହ ୨ ଜଣ ଚାଲାଣ କାରି ଅଭିଯୁକ୍ତ ଙ୍କୁ ପୋଲିସ ଗିରଫ କରିଛି। ସୂଚନା କ୍ରମେ, ଗତ ସୋମବାର ଦିନ ଏକ ପଲ୍ସସର୍‌ ବାଇକ ଯୋଗେ ଗଂଜେଇ ଚାଲାଣ କରାଯାଉଥିବା ନେଇ ପୋଲିସ ସୂଚନା ପାଇ ପୋଲିସ ଚଡାଉ କରିଥିବା ବେଳେ ବାଇକ ଡିକିରୁ ୭ କେଜି ଗଂଜେଇ ଜବତ ସହ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଛି। ଉକ୍ତଦୁଇ ଅଭିଯୁକ୍ତ ଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ତୁଷୁରା ଥାନା ଅଧିକାରୀ ସୁରେଶ ଚନ୍ଦ୍ର ପଧାନ ସୂଚନା ଦେଇଛନ୍ତି। ଅଭିଯୁକ୍ତ ଦୁଇ ଜଣ ବରଗଡ ଜିଲ୍ଲା ବରପାଲି ଅଞ୍ଚଳର ଭୋଲା ନାଥ ବେହେରା ଓ ସୁଧୀର କୁମ୍ଭାର ବୋଲି ଜଣାପଡିଛି।