Odiapua.com

ସାତଭଉଣୀ-ଧାମନଗର ରାସ୍ତା ସଂକଟାପନ୍ନ

ଭଦ୍ରକ, ୨୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାହାକୁ କହିବ ଶୁଣିବ କିଏ। ବିଭିନ୍ନ ଜାଗାରେ ଲୋକ ତେଜିଲେଣି। ନିର୍ବାଚନ ପରେ ନିର୍ବାଚନ ଆସୁଛି ଆଉ ଯାଉଛି। କିନ୍ତୁ ଭଦକ୍ର ଜିଲାର ସଦର ମହକୁମାରୁ ଭାୟା ସାତଭଉରୀ ମଧ୍ୟ ଦେଇ ଧାମନଗର ବ୍ଲକ୍‌ର ସଦର ମହକୁମାକୁ ସଂଯୋଗ କରୁଥିବା ରାସ୍ତାଟି ଯେମିତି ଜନ୍ମରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିବାକୁ ସଂକଳ୍ପବଦ୍ଧ। ଏହି ରାସ୍ତାଟି ଯେମିତି ସର୍ବଦଳୀୟ ନେତାଙ୍କର ସାବତ ପୁଅ। ବ୍ଲକ୍‌, ତହସିଲ ତଥା ସହର ମାନ୍ୟତା ଧାମନଗର ଅଫିସ୍ ସହିତ ଭିନ୍ନ ଭିନ୍ନ ସରକାରୀ ଅଫିସ୍‌ରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପାଇଁ ଏହି ରାସ୍ତାଟି ଆବଶ୍ୟକତାରହିଛି, ଏଥିସହିତ ଭଦ୍ରକ ଜିଲାର ସଦର ମହକୁମାରୁ ଯାଜପୁର ଜିଲାର ସଦର ମହକୁମାକୁ ଯୋଗ କରିଥିଲେ ମଧ୍ୟ କାହିଁକି କେଜାଣି କାହାରି ନିଘା ନାହିଁ କି ପଘା ନାହିଁ। ଏହି ମରଣଯନ୍ତା ରାସ୍ତା ଉପରେ ବ୍ଲକ୍‌ର ଅଧିକାଂଶ ପଞ୍ଚାୟତର ଲୋକେ ପ୍ରତ୍ୟେକଦିନ ବିଭିନ୍ନ କାମରେ ବ୍ଲକ୍ ଅଫିସ୍ ତଥା ତହସିଲ ଅଫିସ୍ ସହିତ ବିଭିନ୍ନ ସମସ୍ୟାରେ ଧାମନଗକୁ ଯା ଆସ କରିବା ସହିତ ଜିଲା ସଦର ମହକୁମାକୁ ଯୋଗ କରୁଥିବାରୁ ସମସ୍ତ ପାଇଁ ନିର୍ଭରଶୀଳ ରାସ୍ତାଟିର ଜରାଜୀର୍ଣ୍ଣ ଅବସ୍ଥା ପାଇଁ ଏବେ ରୋଗୀଟିଏ ବି ଭଲରେ ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ôଚବା କଷ୍ଟକର ବେପାର।

ତେଣୁ ସମସ୍ତଙ୍କ ପାଇଁ ଏହି ରାସ୍ତାଟି ଆବଶ୍ୟକତା ଥିବାବେଳେ କହିଁକି କେଜାଣି କେହି ନଜରକୁ ଆଣୁନାହାଁନ୍ତି ତାହା ଏବେ ଚିନ୍ତା ବିଷୟ ପାଲଟିଛି। ନିର୍ବାଚନରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇପରୁଛି। ସରକାରଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପରେ କୋଟି କୋଟି ଟଙ୍କା ତ ଖର୍ଚ୍ଚ ହୋଇପାରୁଛି। କିନ୍ତୁ ଏ ରାସ୍ତା ପାଇଁ ନୁହେଁ କାହିଁକି। ଆଉ ଯଦି ୨/୩ ବର୍ଷ ରେ ଥରେ କାର୍ଯ୍ୟ ହେଉଛି, ତାହା ପୁଣି ଅତି ନିମ୍ନ ମାନର ଏହା ଉପରେ ବିଭାଗ ମଧ୍ୟ ଚୁପ୍ ରହେ। କଣ୍ଟ୍ରାକ୍ଟର ବାବୁଙ୍କୁ ଯଦି କୁହାଯାଏ ଯେ କାମଟିକୁ ଟିକେ ନଜର ଦେଇ କରନ୍ତୁ ସେଠାରେ ଉତ୍ତର ମିଳେ କି ମୁଁ ପା ନିର୍ବାଚନ ପାଇଁ ଟଙ୍କା ଖର୍ଚ୍ଚ କରିଛି, ତେବେ ମୁଁ କେଉଁଠୁ ଆଣିବି, ତେଣୁ ଏହାଠାରୁ ଆଉ ଅଧିକ କିଛି କରିହେବ ନାହିଁ। ବଡ ବଡ କଣ୍ଟ୍ରାକ୍ଟର ନା ସାଧାରଣ ଜନତାଙ୍କ ହାତ ପାଇବ ନାହିଁ, ସର୍ବୋପରି ଏହି ରାସ୍ତାଟି ଭିତରେ ଭିତରେ ମଧୁଚନ୍ଦ୍ରିକାରେ ସମସ୍ତଙ୍କ ପାଇଁ ଭଲ ରୋଜଗାରିଆ ପୁଅ। ଦୟାକରି ଭଦ୍ରକ ଜିଲାପାଳ ଏହି ମରଣଯନ୍ତା ପାଲଟିଥିବା ଜରାଜୀର୍ଣ୍ଣ ରାସ୍ତାଟିର ଅବସ୍ଥା ପ୍ରତି ନଜର ଦିଅନ୍ତୁ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ଆଲୋଚନା ଚାଲିଛି।