Odiapua.com

ସାତଦିନ ଭିତରେ ରାଜ୍ୟ ସରକାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ବିଜେପିର ଦାବି

ପୁରୀ, ୧୮/୦୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ପୁରୀ ସହରବାସୀ ଦୀର୍ଘ ବର୍ଷ ଧରି ଜମିଜମା ସମସ୍ୟାରେ ଫସି ରହିଛନ୍ତି। ପ୍ରାୟ, ୮୦ ହଜାର ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ଏଜାବତ ହୋଇପାରି ନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲାଗୁ କରାଯାଇଥିବା ୟୁନିଫର୍ମ ପଲିସି ଆଧାରରେ ଲକ୍ଷାଧିକ ଟଙ୍କା ଦେଇ ଜମିର ରେକର୍ଡ଼ର୍ କରାଇବାକୁ ନୋଟିସ କରିଛନ୍ତି। ବିଭିନ୍ନ ମଠଠାରୁ ଜମି କିଣି ଦୀର୍ଘ ବର୍ଷ ହେବ ଭୋଗ ଦଖଲରେ ରହି ଆସୁଥିବା ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଏଯାଏଁ କୈାଣସି ପଦକ୍ଷେଫ ଗ୍ରହଣ କରିନାହାନ୍ତି। ଫଳରେ ସହରବାସୀ ଜମି ବିକ୍ରି, ବନ୍ଧକ, କିମ୍ବା ଋଣ ଆଣିବାରେ ସମର୍ଥ ହୋଇପାରୁ ନାହାନ୍ତି। ୭ ଦିନ ମଧ୍ୟରେ ରାଜ୍ୟ ସରକାର ପୁରୀ ସହରବାସୀଙ୍କ ଜମିଜମା ସମସ୍ୟାର ସମାଧାନ ପାଇଁ ଜିଲ୍ଲା ବିଜେପି ଦାବି କରିଛି। ତା’ ନହେଲେ ବିଜେପି ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି।