Odiapua.com

ସାଗର ଦୁଲ୍ଲଣୀ ବାର୍ଷିକ ଅମୃତ ମହୋତ୍ସବ ପ୍ରସ୍ତୁତି

ଭଦ୍ରକ, ୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ତିହିଡି ବ୍ଲକ ଜାଫରାବାଦ ଶେଣୀପୁର ଠାରେ ମା ସାଗର ଦୁଲ୍ଲଣୀ ବାର୍ଷିକ ଅମୃତ ମହୋତ୍ସବ ନେଇ ଆଜି ସନ୍ଧ୍ୟାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୀଠର ପୀଠାଧିସ ଅବିନାଶ ବାବା ଙ୍କ ଆବାହକତ୍ୱରେ ସମାଜ ସେବୀ ବିଶ୍ୱରଞ୍ଜନ ପଣ୍ଡା, ସମ୍ବାଦିକ ହେମନ୍ତ ସିଂହ, ପ୍ରଭାକର ବାରିକ,ଦୁର୍ଗାଚରଣ ମାଇତି, ନାରାୟଣ କବି, ରଞ୍ଜନ ଭଞ୍ଜ, ସୁକ ଜେନା, କାଳନ୍ଦୀ ବେହେରା, ବିଦ୍ୟାଧର ଭଞ୍ଜ, ଶ୍ରୀଧର ବାରିକ, ସୁକଦେବ ମଲ୍ଲିକ, ଶଙ୍କର୍ଷଣ ବାରିକ, ସୁଦର୍ଶନ ଭଞ୍ଜ, ରାଜିବ ସାମଲ, ଅଜୟ ବାରିକ, ବିଶ୍ୱରଞ୍ଜନ ବାରିକ, ଚନ୍ଦନ ବାରିକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ୧୩ ତମ ଅମୃତ ମହୋତ୍ସବ ଚଳିତ ମାସ ୨୨ ରୁ ୨୮ ତାରିଖ ୭ ଦିନ ବ୍ୟାପି ପାଳନ କରାଯିବ । ପ୍ରଥମ ଦିନରେ ସ୍ଥାନୀୟ ମନ୍ତେଇ ନଦୀରୁ କଳସ ବୁଡାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନା କରାଯିବା ପରେ ପଣ୍ଡିତଙ୍କ ଦ୍ୱାରା ମା ସାଗର ଦୁଲ୍ଲଣୀ ଠାକୁରଙ୍କ ପୂଜା ନିତୀ ଆରମ୍ଭ କରାଯାଇ ଅଖଣ୍ଡ ଧ୍ୱନୀର ଆୟୋଜନ କରାଯିବ । ପ୍ରତ୍ୟେହ ସନ୍ଧ୍ୟାରେ ଭଜନ, ନୃତ୍ୟ,ସଂଗୀତ, ସଭା ଓ ପ୍ରତିଭା ସମ୍ବର୍ଦ୍ଧନାର ଆୟୋଜନ କରାଯିବ । ଏହି ମହୋତ୍ସବ ପାଇଁ ଠାକୁରଙ୍କ ମୃଣୟ ମୂର୍ତ୍ତୀ ସମେତ ଶେଣୀପୁର ଗ୍ରାମକୁ ଆକର୍ଷଣୀୟ ତୋରଣ ଓ ଆଲୋକ ମାଳାରେ ସର୍ଜିତ କରାଯିବ ବୋଲି ପୀଠାଧିସ ଅବିନାଶ ବାବା ଜଣାଇଛନ୍ତି । ଏହି ବାର୍ଷିକ ମହୋତ୍ସବରେ ବହୁ ସଂଖ୍ୟାରେ ଉପସ୍ଥିତ ରହି ପୀଠର ଗାରିମାକୁ ବୃଦ୍ଧି କରିବାକୁ କମିଟି ପକ୍ଷରୁ ନିବେଦନ କରାଯାଇଛି ।