Odiapua.com

ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ପାଳିତ

ପୁରୀ- ୦୭.୧୦ (ଓଡ଼ିଆ ପୁଅ) – ସାଗର ତଟ ଅଭିଯାନ ଓ ଆଜାଦି କା ଅମୃତ ମହୋତ୍ସବ ବ୍ଲୁଫ୍ଲାଗ ବିଚରେ ଅନୁଷ୍ଠିତ ହୋଇଛି। କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ଖାଦ୍ୟ ଓ ଖାଉଟି ବ୍ୟାପାର, ସାଧାରଣ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅଶ୍ବିନୀ କୁମାର ଚୌବେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ପରିବେଶ ଓ ସାମୁଦ୍ରିକ ତଟ ତଥା ଜଳ ଜୀବ ମାନଙ୍କ ସୁରକ୍ଷା ନିମନ୍ତେ ଯୁବଗୋଷ୍ଠୀଙ୍କୁ ଆହ୍ବାନ ଦେଇଛନ୍ତି। ମାନବ ସମାଜ ତିଷ୍ଠି ରହିବାକୁ ପରିବେଶ ସୁରକ୍ଷାର ନିତାନ୍ତ ଆବଶ୍ୟକ। ବ୍ଲୁଫ୍ଲାଗ ବିଚ ପ୍ରତି ପର୍ଯ୍ୟଟକ ମାନେ ଆକୃଷ୍ଟ ହେଉଥିବା ଦୃଷ୍ଟିରୁ ଦେଶରେ ଅଧିକ ବ୍ଲୁ ଫ୍ଲାଗ ବିଚ୍ ସୃଷ୍ଟି କରାଯିବ। ପୁରୀ ବିଚରେ ଉପଲବ୍ଧ ସୁବିଧାକୁ କେନ୍ଦ୍ରମନ୍ତ୍ରୀ ଭୂୟସୀ ପ୍ରଶଂସା କରିଛନ୍ତି। ଜିଲ୍ଲାପାଳ ଶ୍ରୀ ସମର୍ଥ ବର୍ମା ସ୍ବାଗତ ଭାଷଣ ପ୍ରଦାନ କରି ବେଳାଭୂମିରେ ଉପଲବ୍ଧ ସେବା ଓ ସୁବିଧା ସଂପର୍କରେ ସୂଚନା ଦେଇଥିଲେ। ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଢଙ୍ଗୀ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଅର୍ଥନୀତି ଉପରେ ପର୍ଯ୍ୟଟନ କ୍ଷେତ୍ରର ସକରାତ୍ମକ ପ୍ରଭାବ ରହିଥିବାରୁ ଏହାର ବିକାଶ ନିମନ୍ତେ ସେ ମତବ୍ୟକ୍ତ କରିଥିଲେ। ସେହିଭଳି ପୁରୀ ବିଧାୟକ ପୁରୀ ଉଭୟ ପର୍ଯ୍ୟଟନ ଓ ତୀର୍ଥସ୍ଥାନ ନିମନ୍ତେ ପରିଚିତ ବୋଲି କହିଥିଲେ। ବେଳାଭୂମି ଅନେକ ଲୋକଙ୍କ ପାଇଁ ଭାତହାଣ୍ତି ବୋଲି ଅଭିହିତ କରିଥିଲେ। ଅନ୍ୟପକ୍ଷରେ ସିକମ(SICOM) ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସନ୍ଦିପ ଏବଂ ଡିଆଇଜିଏଫ (କେନ୍ଦ୍ରୀୟ) ଶ୍ରୀମତୀ ପଦ୍ମା ମହାନ୍ତି ଅଭିଭାଷଣ ପ୍ରଦାନ କରିଥିଲେ। ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଓ ଇକୋଟ୍ୟୁରିଜିମର ଶ୍ରୀ ଯୁଗବ୍ରତ କରଙ୍କ ସମେତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ବେଳାଭୂମି ଉନ୍ନୟନ ଅବଦାନ ନିମନ୍ତେ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାତଃ ସମୟରେ ମାନ୍ୟବର ମନ୍ତ୍ରୀ ଓ ଅତିଥି ମାନେ ବେଳାଭୂମି ସଫେଇ ସହ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କେନ୍ଦ୍ରିୟ ବିଦ୍ୟାଳୟ ଛାତ୍ରଛାତ୍ରୀ, ସ୍ବେଚ୍ଛାସେବୀ ଯୋଗ ଦେଇଥିବା ବେଳେ ଡିଏଫଓ ପି. ରାମାସ୍ବାମୀ ଧନ୍ୟବାଦ ଅର୍ପଣ କରିଥିଲେ।