Odiapua.com

ସାକ୍ଷୀଗୋପୀନାଥ ମଣ୍ଡଳ ବିଜେପି ପକ୍ଷରୁ ସ୍ଵଚ୍ଛସାଥି ଓ ସଫେଇ କର୍ମଚାରୀ ଙ୍କୁ ସମ୍ମାନ

ସମ୍ବଲପୁର,(ଓଡ଼ିଆ ପୁଅ/ସରୋଜ ସାହୁ): ଆଜି ସମ୍ବଲପୁର ବିଜେପି ର ସାକ୍ଷୀଗୋପୀନାଥ ମଣ୍ଡଳ ପକ୍ଷରୁ  ଧନକଉଡା ଓ ଗେଙ୍ଗୁଟିପାଲି ଅଞ୍ଚଳରେ କାର୍ଯ୍ୟରତ ସମ୍ବଲପୁର ମହାନଗର ନିଗମ ର ସଫେଇ କର୍ମଚାରୀ ଙ୍କୁ  ସମ୍ମାନିତ କରାଯାଇଥିଲା। ୨୯ ନମ୍ବର ୱାର୍ଡ ର ନିଯୁକ୍ତ ତିନି ଜଣ ସ୍ୱଚ୍ଛସାଥି ସୁଜାତା ମାଝୀ, ନମ୍ରତା ମୁଣ୍ଡା ଓ ମୁକ୍ତା ଭୋଇ ଙ୍କ ସହିତ  ଉପସ୍ଥିତ ସମସ୍ତ ସଫେଇ କର୍ମଚାରୀ ଙ୍କୁ ଆଜିର କାର୍ଯ୍ୟକ୍ରମ ରେ ସମ୍ମାନିତ କରାଯାଇଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି ପ୍ରଥମେ ସେନିଟାଇଜର ରେ ତାଙ୍କ ହାତ କୁ ସଫା କଲା ପରେ ତାଙ୍କୁ ଫୁଲମାଲ ପିନ୍ଧା ଯାଇଥିଲା। ତାପରେ ତାଙ୍କୁ ମାସ୍କ ଓ ସାବୁନ ବଣ୍ଟନ କରି ତାଙ୍କ ସେବାରେ ଜଳଖିଆ, ପାଣି ବୋତଲ ଓ ଚା’ ଯୋଗେଇ ଦିଆଯାଇଥିଲା। ମଣ୍ଡଳ ସଭାପତି ସରୋଜ ଘଡାଇ ଙ୍କ ନେତୃତ୍ୱରେ ହୋଇଥିବା ଆଜିର କାର୍ଯ୍ୟକ୍ରମ ରେ ମାନସ ରଞ୍ଜନ ବକ୍ସି, ସୌମିତ୍ର ଜତି, ପିଣ୍ଟୁ ଓରାମ, ସନ୍ତୋଷ ମହନନ୍ଦ, ତପନ ବାଗ, ଅରୁଣ ଭୋଇ, ପ୍ରକାଶ ବାରିକ, ଆରତୀ ବରାଡ଼, ଭବାନୀ ଦୁଷର, କାନ୍ତି ମେହେର, ମୋମିନା ଖାତୁନ, ଅନିତା ଓରାମ ପ୍ରମୁଖ ଉପସ୍ଥିତ ଥିଲେ।