ବାହାନଗା, ୨୦ା୭ (ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସାଉଡ଼ ପଞ୍ଚାୟତ ବେଲା ସାହି ଗ୍ରାମର ଜଣେ କ୍ୟାନସର ପୀଡ଼ିତା କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସରପଞ୍ଚ ତାକୁ ସଟଡାଉନ ଓ ବେଲାସାହିକୁ କଣ୍ଟେନମେଣ୍ଟ ଜୋନ ଘେଷଣା କରିଥିବାର ଜଣାପଡ଼ିଛି। ସୂଚନା ଅନୁସାରେ ଏହି ପଞ୍ଚାୟତର ବେଲା ସାହି ଗ୍ରାମର ଜଣେ ମହିଳା କ୍ୟାନସର ପୀଡ଼ିତ ଥିଲେ। ତାଙ୍କ ପାଖରେ ଳକ୍ଷଣ ଦେଖା ଯାଇ ଥିବାରୁ ତାଙ୍କ ସ୍ୱାବ ପରୀକ୍ଷା କରିବାରୁ ଟେଷ୍ଟ ରେ ପଜେଟିଭ ଆସିଥିବାର ଣାପଡ଼ିଛି। ତେଣୁ ପଞ୍ଚାୟର ସରପଞ୍ଚ ପୁଷ୍ପଲତା ପଣ୍ଡା ପଞ୍ଚାୟତକୁ ସଟ ଡାଉନ ଘୋଷଣା କରିବା ସହ ବେଲାସାହି ଗ୍ରାମକୁ ନ ମେଣ୍ଟ ଘୋଷଣା କରିଛନ୍ତି। ପଞ୍ଚାୟତକୁ ଅସନ୍ତା ୨୨ତାରିଖ ସନ୍ଧ୍ୟା ୭ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରିଥିବାର ଜଣାପଡ଼ିଛି।