Odiapua.com

ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ

ଭଦ୍ରକ, ୧୦ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଗେଲପୁର ସ୍ଥିତ ସାଇ ସ୍ୱରୂପା ମାନସିକ ଭିନ୍ନକ୍ଷମ ବିଦ୍ୟାଳୟରେ ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଚାଟାର୍ଡ ଆକାଉଣ୍ଟାଣ୍ଟ ବସନ୍ତ କୁମାର ସେନାପତିଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟଅତିଥି ଭାବେ ଭଦ୍ରକ ଜିଲ୍ଳା ଜଜ୍‌୍‌କୋର୍ଟର ବରିଷ୍ଠ ଅଧିବକ୍ତା ପର୍ଶୁରାମ ଦ୍ୱିବେଦୀ, ମୁଖ୍ୟବକ୍ତା ଭାବେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ମନସ୍ତତ୍ତ୍ୱ ବିଭାଗର ସହକାରୀ ପ୍ରାଧ୍ୟାପକ ତଥା ବିଭାଗୀୟ ମୁଖ୍ୟ ଅକ୍ଷୟ କୁମାର ଦାସ ଯୋଗ ଦେଇ ମାନସିକ ଭିନ୍ନକ୍ଷମମାନଙ୍କ ଉପଯୁକ୍ତ ଯତ୍ନ ନେଲେ ସେମାନଙ୍କ ମଧ୍ୟରୁ ପ୍ରାୟତଃ ଅଧିକାଂଶ ସାମାଜିକ ପ୍ରକୃତ ଚଳଣିକୁ ଫେରି ପାରିବେ । ମାତ୍ର ଯେଉଁମାନେ ଜନ୍ମରୁ ମାନସିକ ଅନଗ୍ରସର ସେମାନଙ୍କ କ୍ଷେତ୍ରରେ ଏହା ହୁଏତ ସମ୍ଭବ ହୋଇ ପାରେ, ସେ କ୍ଷେତ୍ରରେ ଆମ୍ଭେ ସେମାନଙ୍କ ହତାଦର ନକରି ସେମାନଙ୍କୁ ଆଦରଯତ୍ନ କରିବା ଉଚିତ ବୋଲି କହିଥିଲେ । ସେଥିଲାଗି ଜନସାଧାରଣଙ୍କ ମଧ୍ୟରେ ସଚେତନତାର ଆବଶ୍ୟକତା ରହିଛି ବୋଲି କହିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ରଜନୀରାଣୀ ପତି ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସର ତାତ୍ପର୍ଯ୍ୟ ଉପସ୍ଥାପନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ଭକ୍ତିଲତା ରାଉତ ଉପସ୍ଥିତ ସମସ୍ତ ଅତିଥି ଏବଂ ବିଦ୍ୟାଳୟର ସମସ୍ତ ଅଭିଭାବକଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।