Odiapua.com

ସାଇ ବାବାଙ୍କ ପ୍ରେମ ପ୍ରବାହିନୀ ରଥ ଶୋଭାଯାତ୍ରା

ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଗବାନ ଶ୍ରୀ ସତ୍ୟ ସାଇ ବାବା ବିଗ୍ରହ ପୂଟପୂର୍ତିର ପ୍ରଶାନ୍ତିରୁ ବାହାରିଥିବା ସୁସଜ୍ଜିତ ରଥ ମଙ୍ଗଳବାର କେନ୍ଦୁଝରରୁ ବନ୍ତ ସୀମାନ୍ତ ଶ୍ରୀବନ୍ତପୁର ଠାରେ ପହଞ୍ôଛବା ପରେ ସାଇ ଜିଲ୍ଲା ଭଦ୍ରକ ସଭାପତି ଡ. ରଞ୍ଜିତ ଖଟୁଆ ଏହି ରଥକୁ ଗ୍ରହଣ କରିଥିଲେ । ବନ୍ତ ଭଜନ ମଣ୍ଡଳୀ ଆବାହକ ତ୍ରିିଲୋଚନ ପଣ୍ଡା ଦିବ୍ୟ ରଥକୁ ସ୍ୱାଗତ କରିବା ପରେ ନଚ୍ଛିପୁର, ବରଗଢିଆ, ମୌଦା, ଆଡିଆ, ପନ୍ଦାଡୋ ଆଦି ସ୍ଥାନ ମାନଙ୍କରେ ସ୍ୱାଗତ କରାଯାଇଛି । ଏହି ରଥ ଆଗରପଡା ଲକ୍ଷ୍ମୀ ବଜାର ଠାରେ ପହଞ୍ôଛବା ପରେ ଆବାହକ ଅରୁଣ କୁମାର ସାହୁଙ୍କୁ ଅର୍ପଣ କରାଯାଇଥିଲା । ଶତାଧିକ ସାଇ ଭକ୍ତ ମାନେ ଏହି ରଥକୁ ବନ୍ଦାପନା , ଭଜନ, କୀର୍ତନ ମାଧ୍ୟମରେ ନୈବେଦ୍ୟ, ଆଳତୀ ପୂର୍ବକ ଶୋଭାଯାତ୍ରାରେ ସାମିଲ ଥିଲେ । ଚିନ୍ତାମଣୀ ବେହେରା, ଚିତରଞ୍ଜନ ସାମନ୍ତରାୟ, କଳାକୃଷ୍ଣ ବେହେରା, ଗମନ ଜେନା, ଦୁର୍ଯୋର୍ଧନ ଜେନା,ବିଜୟ କୁମାର ମିଶ୍ର, ଦେବେନ୍ଦ୍ର ମଲ୍ଲିକ, ସନାତନ ସାହୁ, ସବିତାରାଣୀ ଜେନା, ସରସ୍ୱତୀ ବେହେରା, ସୂଚିସ୍ମିତା ନାୟକ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ । ବିଭିନ୍ନ ପଚାଂୟତରୁ ଶତାଧିକ ସାଇଭକ୍ତ ମାନେ ଉପସ୍ଥିତ ଥିବା ବେଳେ ଏନେଇ ସଂପୃକ୍ତ ଅଚଂଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା ।