ଭଦ୍ରକ, ୧୨ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ସତ୍ୟ ଫାଉଣ୍ଡେସନ ତିହିଡି଼ ସହାୟତାରେ ୧୦ମ ସାଇ ଜଗବନ୍ଧୁ ନିର୍ମଳ ଝର ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ସୋମବାର ତିହିଡି଼ ପୁରୁଣା ହାଟ ନିକଟରେ ଲୋକାର୍ପିତ ହୋଇଯାଇଛି । ଶ୍ରୀ ସତ୍ୟସାଇ ସେବା ସଙ୍ଗଠନର ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରକଳ୍ପକୁ ଲୋକାର୍ପିତ କରିଥିଲେ । ବରେଣ୍ୟ ଅତିଥି ଭାବେ ଭଦ୍ରକ-୧ ଜିଲା ସଭାପତି ଡା. ରଞ୍ଜିତ ଖଟୁଆ, ତିହିଡି଼ ଥାନା ଆଇଆଇସି ଲୋପାମୁଦ୍ରା ନାୟକ, ସତ୍ୟସାଇ ଟ୍ରଷ୍ଟ ରାଜ୍ୟ ସଦସ୍ୟ ଇଂ ସନାତନ ପାତ୍ର, ମନୋଜ ନାୟକ, ଶାନ୍ତିଲତା ବିଶ୍ୱାଳ, ତିହିଡି ସମିତି ଆବାହକ ସଞ୍ଜୟ ମହାପାତ୍ର ଯୋଗ ଦେଇଥିଲେ । ଶ୍ରୀସତ୍ୟସାଇ ସେବା ସଙ୍ଗଠନ, ତିହିଡିର ସକ୍ରିୟ କର୍ମୀ ରବିନ୍ଦ୍ର ଦାସ, କୈଳାସ ରାଉଳ, ହିମାଂଶୁ ନାୟକ, ରାଜେନ୍ଦ୍ର ଜେନା, ନକୁଳ ମହାପାତ୍ର, ବିଜୟ ନାୟକ, ଭରତ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଫାଉଣ୍ଡେସନ ଟ୍ରଷ୍ଟି ପାର୍ଥସାରଥୀ ନାୟକ ଫାଉଣ୍ଡେସନ ୯ବର୍ଷରେ ପଦାର୍ପଣ କରିଥିବା ବେଳେ ଗରିବ ରୋଗୀଙ୍କୁ ଚିକିତ୍ସାରେ ସହୟତା, ଗରିବ ମେଧାବୀ ପିଲାଙ୍କୁ ଉଚ୍ଚଶିକ୍ଷା ନିମନ୍ତେ ସହାୟତା, ଚାରା ରୋପଣ ଇତ୍ୟାଦି ବିଭିନ୍ନ ସମାଜ କଲ୍ୟାଣ କାର୍ଯ୍ୟ ଜାରି ରଖିଥିବା ସୂଚନା ଦେଇଥିଲେ । ଏହି ଅବସରରେ ସୁଶାନ୍ତ ଜେନା, ଦେବବ୍ରତ ଜେନା,ଅଜୟ ଜେନାଙ୍କୁ ଚିକିତ୍ସା ନିମନ୍ତେ ୧୦ ହଜାର ଟଙ୍କା ଲେଖାଏଁ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଥିଲା ।