ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାରଙ୍କ ବିକ୍ରିକର ବିଭାଗ ପକ୍ଷରୁ ୭୨ଲକ୍ଷ ଟଙ୍କାର ଜିଏସ୍ଟି ଫାଙ୍କି ନୋଟିସ ଲାଗିଛି । ଏଥିସହିତ ଗରିବ ନିରିହ ଯୁବବ୍ୟବସାୟଙ୍କ ବ୍ୟାଙ୍କ ଆକାଉଣ୍ଟ ସିଜ୍ କରିଦିଆଯାଇଛି । ଏଭଳି ଏକ ଠକେଇ ସ୍ୱୀକାର ହୋଇଛନ୍ତି ଧାମନଗର ବ୍ଲକର କୋଠାର ଅଂଚଳରେ । ପ୍ରକାଶ ଥାଉକି ଭଦ୍ରକ ଆଖଣ୍ଡଳମଣୀ ରାସ୍ତାର ପ୍ରମୁଖ କୋଠାର ଛକରେ ମା’ ମଙ୍ଗଳା ମିଠା ଦୋକାନ ନାମରେ ଅଭିଜିତ୍ ପୁ୍ଣ୍ଟିଆ ଙ୍କର ଏକ ଚା, ଜଳଖିଆ ଦୋକାନ ରହିଛି । କିଛିଦିନ ତଳେ ଅଭିଜିତ୍ଙ୍କ ଆକାଉଣ୍ଟ ଥିବା ଅସୁରାଳି ୟୁକୋବ୍ୟାଙ୍କକୁ ଆନ୍ଦ୍ର ପ୍ରଦେଶର ବିକ୍ରିକର ବିଭାଗ ପକ୍ଷରୁ ଏକ ନୋଟିସ୍ ଆସିଥିଲା । ଏହି ନୋଟିସ୍ରେ ଅଭିଜିତ୍ ଟେଡ଼୍ରର୍ସ ଏବଂ ପ୍ରିୟା ଏଣ୍ଡକୋ ନାମରେ ଦୁଇଟି ବ୍ୟବସାୟକ ପ୍ରତିଷ୍ଠାନ ରାମକୃଷ୍ଣ ନଗରରେ ଖୋଲାଯାଇଛି । ଏହି ଦୁଇଟି ପ୍ରତିଷ୍ଠାନ ଜିଏସ୍ଟି ବାବଦରେ ୭୨ଲକ୍ଷ ୧୯ହଜାର ୬୨୭ଟଙ୍କା ପୈଠ କରିନାହାନ୍ତି । ଦୁଇ ବ୍ୟବସାୟୀ ସଂସ୍ଥାର ଅଭିଜିତ୍ ପୁଣ୍ଟିଆଙ୍କ ଆଧାର ଏବଂ ପାନକାର୍ଡ଼ ସହିତ ଅନ୍ୟାନ୍ୟ ଆନୁସଂଗିକ କାଗଜପତ୍ର ବ୍ୟବହାର କରାଯାଇ ଜିଏସ୍ଟି ନମ୍ବର ପ୍ରସ୍ତୁତ ହୋଇଛି । ଏପରି ନୋଟିସ୍ ଅଭିଜିତ୍ଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସିଜ୍ ହୋଇଛି । ଏହି ଘଟଣା ଜଣାଯିବାପରେ ନିରୁପାୟ ହୋଇ ଧୂଷୁରୀ ଥାନାରେ ଲିଖିତ ଅଭିଯୋଗ କରିବା ସହ ଏପରି ଠକେଇ ସହିତ ତାଙ୍କର କୌଣସି ସମ୍ପର୍କ ନଥିବା ଦର୍ଶାଇ ଏହାର ସତ୍ୟାସତ୍ୟ ତଦନ୍ତ ପାଇଁ ଦାବି କରିଥିଲେ ।