Odiapua.com

ସାଇକ୍ଲିଂରେ ଓଡିଶା ପାଇଁ ସ୍ୱର୍ଣ୍ଣ ଓ ବ୍ରୋଂଚ ପଦକ ଆଣିଲେ ଭଦ୍ରକର ଦୁଇ ଝିଅ

ଭଦ୍ରକ, ୨୧ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୫୨ ବର୍ଷ ପରେ ଓଡ଼ିଶା ସାଇକ୍ଳିଂ ଟିମ୍ ପାଇଁ ସ୍ୱର୍ଣ୍ଣ ଓ ବ୍ରୋଞ୍ଜ ପଦକ ଆଣିଲେ ଭଦ୍ରକ ର ଦୁଇ ଝିଅ ବର୍ଷାରାଣୀ ବାରିକ୍ ଓ ଉର୍ମିଳା ବେହେରା। ଦୁଇ ଜାତୀୟ ସାଇକ୍ଲିଷ୍ଟ ଙ୍କୁ ସମ୍ବର୍ଦ୍ଧିତ କଲେ ଭଦ୍ରକ ର ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ। ସାଇକ୍ଲିଙ୍ଗ ଫେଡିରେସନ ଅଫ ଇଣ୍ଡିଆ ଦ୍ୱାରା ଚେନ୍ନାଇ ଠାରେ ଆୟୋଜିତ ଜାତୀୟ ଟ୍ରାକ୍ ସାଇକ୍ଳିଂ ଚମ୍ପିୟାନଶିପ୍ ରେ ଭଦ୍ରକ ଜିଲ୍ଲା ସାଇକ୍ଳିଂ ଆସୋସିଏସନ୍ ର ୨ ଜାତିୟ ସାଇକ୍ଲିଷ୍ଟ ଓଡ଼ିଶା ରୁ ଅଂଶ ଗ୍ରହଣ କରି ବର୍ଷାରାଣୀ ବାରିକ୍ ଗୋଟିଏ ସ୍ୱର୍ଣ୍ଣ ଓ ଗୋଟିଏ ବ୍ରୋଂଚ ଆଣିଥିବା ବେଳେ ଉର୍ମିଳା ବେହେରା ଗୋଟାଏ ସ୍ୱର୍ଣ୍ଣ ଓଡ଼ିଶା ଦଳ ପାଇଁ ଆଣିଛନ୍ତି। ଉଭୟଙ୍କ ଉଚ୍ଚକୋଟୀର ପ୍ରଦର୍ଶନ ପାଇଁ ଓଡ଼ିଶା ଓ ଭଦ୍ରକ ମାଟି ପାଇଁ ଗର୍ବ ଓ ଗୌରବ ଆଣିଥିବାରୁ ଭଦ୍ରକ ର ଜିଲ୍ଲାପାଳ ତାଙ୍କର ନିଜସ୍ୱ କାର୍ଯ୍ୟାଳୟ ରେ ଦୁଇ ପଦକ ବିଜେତା ଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।