Odiapua.com

ସାଇକୋ କିଲରକୁ ପୋଲିସର ଘନ ଘନ ଜେରା

କଟକ,୩୦/୭,(ଓଡ଼ିଆ ପୁଅ/ପଙ୍କଜିନୀ ନାୟକ) : କଟକବାସୀଙ୍କ ନିଦ ହଜାଇ ଦେଇଥିବା ଏବଂ  ସହରରେ ଆତଙ୍କ ସୃଷ୍ଟି କରିଥିବା ସିରିଏଲ୍ କିଲରକୁ ଘନ ଘନ ଜେରା କରୁଛି ପୁଲିସ୍। କାହିଁକି ସେ ମଜଦୁର ଲୋକଙ୍କୁ ହତ୍ୟା କରିଥିଲା, ହତ୍ୟା ପଛରେ କି କାରଣ ଥିଲା ତାହା ଖୋଜୁଛି ପୁଲିସ । ଗତକାଲି ସିରିଏଲ୍ କିଲରକୁ ପୁଲିସ୍ ଗିରଫ କରିଥିଲା । ତେବେ ଏହି ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳର ନାରାୟଣ ସାହୁ। ଲଗାତାର ୩ ଜଣ ଗରିବ ଶ୍ରେଣୀ ଲୋକଙ୍କୁ ହତ୍ୟା କରିବାପରେ  କଟକରେ ଚାଞ୍ଚଲ୍ୟ ଖେଳି ଯାଇଥିଲା ।