Odiapua.com

ସାଇକେଲରେ ଭ୍ରମଣ କରି ଗ୍ରୀନ ନାରା ଦେଇ ପରିବେଶ ସଚେତନତାର ବାର୍ତା ଦେଉଛନ୍ତି ଯୁବକ

ମାଲକାନଗିରି,୩୦ା୯(ଓଡିଆ ପୁଅ ) ପରିବେଶ କୁ ସୁରକ୍ଷିତ ରଖିବା ଓ ଗ୍ରୀନ ନାରା ଦେଇ ରାଜ୍ୟ ଓ ପଡୋଶୀ ରାଜ୍ୟର ବିଭିନ୍ନ ଜିଲ୍ଲା ସାଇକେଲ ରେ ଭ୍ରମଣ କରି ଜନସଚେତନା ଜାରି ରଖିଛନ୍ତି ଜଣେ ଟ୍ରାଭେଲ ବଏ । ଏହି ନିଆରା ସାଇକେଲ ଯାତ୍ରା ଆରମ୍ଭ କରିଛନ୍ତି ସୁଦୂର ସମ୍ବଲପୁର ଜିଲ୍ଲାର ଯୁବକ ତାପସ ,ଏବେ ସେ ମାଲକାନଗିରି ଜିଲ୍ଲା ଠାରେ ପହଁଚି ପରବେଶ କିପରି ସୁରକ୍ଷିତ ରହିବା ମାନବ ସମାଜ ସୁସ୍ଥ ସବଳ ରହିବେ, ସାଇକେଲ ଚଳାଇବା ଦ୍ୱାରା କୌଣସି କୁକୁ ପ୍ରଭାବ ପରିବେଶ ଉପରେ ପଡି ନଥାଏ, ଏହା ଦ୍ୱାରା ଚାଳକର ଦେହ,ମନ ସୁସ୍ଥ ରହିବା ସହିତ ସେ ନିରୋଗ ରହିଥାଏ ବୋଲି ଜନସଚେତନାର ବାର୍ତା ଦେଇଛନ୍ତି । ସେ ଓଡିଶାର ବିଭିନ୍ନ ଜିଲ୍ଲା ସାଇକେଲରେ ଭ୍ରମଣ କରି ଏବେ ପଡୋଶୀ ରାଜ ଆନ୍ଦ୍ରପ୍ରଦେଶ, ତେଲାଙ୍ଗାନ,ଛତିଶଗରାଜ୍ୟ କୁ ସାଇକେଲ ଯୋଗ ଭ୍ରମଣ କରି ଗ୍ରୀନ ନାରା ଦେବାସହିତ ପରିବେଶ ସୁର କ୍ଷା ପ୍ରତି ଗୁରୁତ୍ୱ ଦେବେ ବୋଲି କହିଛନ୍ତି । ତାପସ ଙ୍କ ଏହି ନିଆରା ପ୍ରୟାସକୁ ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାବାସୀ ସ୍ୱାଗତ ସମ୍ବୋର୍ଦ୍ଦନା ଜଣାଇଛନ୍ତି ।