Odiapua.com

ସାଇକୁସୁମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ଦିବସ ପାଳିତ

ଭଦ୍ରକ, ୧ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ବ୍ଲକ ରାନ୍ଦିଆ ପଞ୍ଚାୟତ ସାଇ କୁସୁମ ଚେରିଟେବୁଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ଦିବସ ପାଳିତ ହୋଇ ଯାଇଛି । ନିର୍ଦ୍ଦେଶକ ଦିପକ କୁମାର ତ୍ରୀପାଠୀଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ସମାଜସେବୀ ନିମାଁଇ ଚନ୍ଦ୍ର ଘୋଷ, ସମାଜସେବିକା ମନ୍ଦାକିନୀ ମିଶ୍ର, ସୁମତୀ ପଣ୍ଡା, ମମତା ମହାନ୍ତି, ସାମ୍ବାଦିକ ହେମନ୍ତ ସିଂହ, ନିଳେନ୍ଦୁ ଦାସ ପ୍ରମୁଖ ଅତିଥି ଭାବେ ଯୋଗଦେଇ ୧୯୩୬ ମସିହା ଅପ୍ରେଲ ୧ରେ ଭାଷା ଆଧାରରେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା ବୋଲି କହିଥିଲେ । ଯେଉଁ ବରପୁତ୍ରମାନଙ୍କ ତ୍ୟାଗ ଓ ବଳିଦାନ ଫଳରେ ଆମେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ଉତ୍ତରାଧିକାରୀ ହୋଇପାରିଛୁ ସେମାନଙ୍କୁ ମନେପକାଇବା ସହ ତାଙ୍କୁ ସମ୍ମାନ ଜଣାଇବା ଆମ ସମସ୍ତଙ୍କ କର୍ତ୍ତବ୍ୟ ବୋଲି ମତ ପ୍ରକାଶ ପାଇଥିଲା । ସାଇ କୁସୁମ ଚେରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା କୁସୁମ ମଞ୍ଜରୀ ଦାସ ଆଦର୍ଶ ଗ୍ରାମ ଯୋଜନା ପ୍ରକଳ୍ପ ସମ୍ବନ୍ଧରେ କହିଥିବା ବେଳେ ଏହାର କାର୍ଯ୍ୟକାରୀତା ନେଇ ସହଯୋଗ ଲୋଡ଼ିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୀତାଞ୍ଜଳି ପାଢୀ, ମଲ୍ଲିକା ବିଶ୍ୱାଳ, ଇତିଶ୍ରୀ ପାଣି, ଅର୍ଚ୍ଚନା ପ୍ରିୟଦର୍ଶନୀ ଦାସ, କାର୍ତ୍ତିକ ଚନ୍ଦ୍ର ପାଳ, ପପୁନ ଘୋଷ, ଅଶୋକ କୁମାର ପଣ୍ଡା, ପିଣ୍ଟୁ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।