Odiapua.com

ସାଂସ୍କୃତିକ ସଙ୍କଟ ଯନ୍ତ୍ରହୀନ ଜୀବନ ଜିଇଁବାକୁ ପଥ ଦେଖାଏ, ତ୍ୟାଗଭୂମି ମହୋତ୍ସବର ୭ମ ସନ୍ଧ୍ୟା

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସାଂସ୍କୃତିକ ସଙ୍କଟ ହେଉଛି ବୁଦ୍ଧିର ବିପର୍ଯ୍ୟୟ। ନିଜ ସଂସ୍କୃତିକୁ ଅଣଦେଖା କରି ଅପସଂସ୍କୃତିକୁ ଆପଣେଇଲେ ସାଂସ୍କୃତିକ ମୂଲ୍ୟବୋଧରେ ସଙ୍କଟ ଦେଖାଦିଏ ବୋଲି ତ୍ୟାଗଭୂମି ମହୋତ୍ସବର ଆଜିର ୭ମ ସନ୍ଧ୍ୟାରେ ‘ସାଂସ୍କୃତିକ ସଙ୍କଟ ଓ ଯାନ୍ତ୍ରିକ ସଭ୍ୟତା” ଶୀର୍ଷକ ଆଲୋଚନାଚକ୍ରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ତ୍ୟାଗଭୂମିର ଉପଦେଷ୍ଟା ସଦସ୍ୟ ବେଦବିତ୍ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡାଙ୍କ ପୌରୋହିତ୍ୟରେ ଆଜିର ମଂଚ “ଉତ୍କଳ କେଶରୀ”ଙ୍କ ନାମରେ ଉତ୍ସର୍ଗୀକୃତ ହୋଇଥିଲା। ମୁଖ୍ୟବକ୍ତା ଡ. ପ୍ରେମାନନ୍ଦ ମହାପାତ୍ର, ସମ୍ମାନିତ ଅତିଥି ଭାବରେ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ନିରଞ୍ଜନ ସାହୁ, ବରେଣ୍ୟ ଅତିଥି ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଗାଳ୍ପିକ ପବିତ୍ର ପାଣିଗ୍ରାହୀ, ସମ୍ମାନିତ ଅତିଥି ଭବରେ ସମାଜସେବୀ ଲଲାଟେନ୍ଦୁ ମହାନ୍ତି ଯୋଗଦେଇ ସାଂସ୍କୃତିକ ସଙ୍କଟ ବହୁ ଆଗରୁ ଥିଲା ଓ ଏବେବି ସେ ମାନସିକତା ଲୋକମାନଙ୍କ ମଧ୍ୟରେ ବିଦ୍ୟମାନ ବୋଲି ମତ ରଖିଥିଲେ। ସଦସ୍ୟ ସୁମିତ୍ରା ପାଣି ଅତିଥିମାନଙ୍କୁ ମଂଚ ଆହ୍ୱାନ କରିଥିବା ବେଳେ ଶିକ୍ଷାବିତ୍ ଗୋବର୍ଦ୍ଧନ ସାମଲ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ସଭାପତି ଅଜୟ ନାୟକ, ସମ୍ପାଦକ ଗଦାଧର ବଳଙ୍କ ସମେତ ଅଭ୍ୟର୍ଥନା କମିଟି ସଭାପତି ଅମ୍ବିକା ବଲ୍ଲଭ ସ୍ୱାଇଁ, ମଦନ ନାୟକ,ବାବୁଲାଲ ଦାସ,ଅମର ପାଣିଗ୍ରାହୀ, କଳ୍ପନା ଜେନା, ଅଞ୍ଜୁବାଳା ରାଉତ, ଅଭୟ ପଣ୍ଡା, ଡାକ୍ତର ପ୍ରଦୀପ ନାୟକ, ଅଶୋକ ଦ୍ୱିବେଦୀ, ସରୋଜିନୀ ନାୟକ, ନାରୟଣଚନ୍ଦ୍ର ପାଢ଼ୀ, ଶଶୀକଳା ମିଶ୍ର, ଗୌରାଙ୍ଗ ବାରିକ୍‌, ଅମରେନ୍ଦ୍ର ବିଶ୍ୱାଳ, ସୁଧାକର ରାଉତ, ଇଂ ବସନ୍ତ ପାଣିଗ୍ରାହୀ, ସଂଜୟ ମାଝୀ, ବାଦଲ ମହାପାତ୍ର, ଡାକ୍ତର ଦୁର୍ଯୋଧନ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ବେଳେ ସଦସ୍ୟ ଶ୍ରୀହର୍ଷ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ।