Odiapua.com

ସାଂସ୍କୃତିକ ରାଷ୍ଟ୍ରବାଦ ବିଜେପିର ଲକ୍ଷ୍ୟ-ସୂର୍ଯ୍ୟବଂଶୀ,ଶହୀଦ ମଣ୍ଡଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ଭଦ୍ରକ, ୫ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର ବିଧାନସଭା କ୍ଷେତ୍ର ଅଧୀନ ଅସୁରାଳି ଶହୀଦ ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ସହିଦ ନଗର ଠାରେ ଅନୁଷ୍ଠିତ ହୋଇଯାଇଛି।ଉଦଯାପନୀ ଅଧିବେଶନରେ ଧାମନଗର ବିଧାୟକ ତଥା ଉଚ୍ଚ ଶିକ୍ଷା,କ୍ରୀଡା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯୋଗଦେଇ ସାଂସ୍କୃତିକ ରାଷ୍ଟ୍ରବାଦ ବିଜେପିର ଲକ୍ଷ୍ୟ ଏବଂ ଏହି ବିଚାର ଓ ଆଦର୍ଶ ଉପରେ ଦଳର ପ୍ରତ୍ୟେକ କାର୍ଯ୍ୟକାର୍ତ୍ତା କାର୍ଯ୍ୟ କରିବା ଲାଗି ବକ୍ତବ୍ୟ ରଖି ପଣ୍ଡିତ ଦିନଦୟାଲଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା କରିଥିଲେ।ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ ବିଜେପିର ଜୀବନଯାତ୍ରା ଓ ବିକାଶ ବିଷୟରେ ଉଲ୍ଲେଖ କରିଥିଲେ।ଶହୀଦ ମଣ୍ଡଳ ସଭାପତି ରାଜେନ୍ଦ୍ର କୁମାର ସାହୁଙ୍କ ପୋ?ରହିତ୍ୟରେ ଆୟୋଜିତ ପ୍ରଶିକ୍ଷଣ ବର୍ଗରେ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ବରିଷ୍ଠ ନେତା ରାମଚନ୍ଦ୍ର ମିଶ୍ର,ପ୍ରାକ୍ତନ ଜିଲ୍ଲା ପରିଷଦ ରଞ୍ଜିତା ସ୍ୱାଇଁ,ମିଡିଆ ସେଲ ଜିଲ୍ଲା ସଂଯୋଜକ ବୈକୁଣ୍ଠ ନାଥ ସାହୁ,ଆଇନଜୀବୀ ରଞ୍ଜିତ ମହାନ୍ତି,ଆଇଟି ସେଲର ପ୍ରଶାନ୍ତ ନାୟକ ଅତିଥି ବକ୍ତା ଭାବେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ।ଜିଲ୍ଲା ଉପ ସଭାପତି ଚତୁର୍ଭୁଜ ନାୟକ ସ୍ୱାଗତ ଭାଷଣ ଏବଂ ବରିଷ୍ଠ ନେତା ରଘୁନାଥ ଲେଙ୍କା ଧନ୍ୟବାଦ ଦେଇଥିଲେ।ଦୁଇଦିନିଆ ୍ୱର୍ଗରେ ଅଜୟ ବଳ,ଗଣେଶ ଦାଶ,ସରୋଜ ସ୍ୱାଇଁ,ରଜତ ଲେଙ୍କା, ହୃଷୀକେଶ ରାଉତ,ସୂରଜ ସାହୁ,ବିରେନ ପ୍ରଧାନ, ଜୟ ପ୍ରକାଶ ବେହେରା,ରମାକାନ୍ତ ସାହୁ,ଉମାମଣି ସାହୁ,ମିନତୀ ସାହୁ,ଅନୁସୟା ସାହୁ,ଅଞ୍ଜନା ଲେଙ୍କା,ନିବେଦିତା ନାୟକ,ପାର୍ବତୀ ପ୍ରଧାନ ପ୍ରମୁଖଙ୍କ ସମେତ ଶତାଧିକ ସଂଗଠକ ଯୋଗ ଦେଇଥିଲେ।