Odiapua.com

ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ବାହାନଗାରେ ସମ୍ବର୍ଦ୍ଧନା

ବାହାନଗା,୨୨ା୧୦(ଭାରତୀ ଦାସ, ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ସଦର ମହକୁମା ଜାତୀୟ ରାଜପଥରେ ଭୂବହେନଶ୍ୱର ସାଂସଦ ଅପରାଜିତା ଷଢଙ୍ଗୀଙ୍କୁ ବାହାନଗା ବିଜେପି ତରଫରୁ ସମ୍ବର୍ଦ୍ଧନା କରାଯାଇଛି । ବାଲେଶ୍ୱର ସଦର ନିର୍ବାଚନ ପ୍ରଚାରକୁ ଯାଉଥିବା ଅବସରରେ ବାହାନଗା ବିଜେପି ପକ୍ଷରୁ ସମ୍ବର୍ଦ୍ଧନା ଦେବାକୁ ବାହାନଗା ସ୍ଥିତ ଜାତୀୟ ରାଜପଥରେ ଏକତ୍ରିତ ହୋଇ ଥିବା ବେଳେ ସେଠାରେ ନିଜ ଗାଡ଼ି ଅଟକାଇ କର୍ମୀ ମାନଙ୍କ ଠାରୁ ଅପରାଜିତା ଷଢଙ୍ଗୀ ସମ୍ବର୍ଦ୍ଧନା ନେଇ କର୍ମୀଙ୍କୁ ଉତ୍ସାହିତ କରିଥିବାର ଦେଖା ଯାଇଥିଲା । ବ୍ଲକ ବିଜେପି ପକ୍ଷରୁ ରଞ୍ଜନ ରାଉତ, ପ୍ୟାରୁନ ଖାତୁନ, ନିତ୍ୟନନ୍ଦ ମାଝୀ, ସୀତାକାର ମହାଳିକ, ଜତିନ ସେଠୀ, ଗଙ୍ଗାଧର ମହାକୁଡ଼ଙ୍କ ସହ ବହୁ କର୍ମୀ ଉପସ୍ଥିତ ରହି ସମ୍ବର୍ଦ୍ଧନା ଦେଇଥିଲେ ।