Odiapua.com

ସାଂସଦଙ୍କ ସୀମାନ୍ତ ମୋଟୁ ଅଚଂଳ ଗସ୍ତ,ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ପରଖିଲେ

ମାଲକାନଗିରି,୧୮ା୫ (ଓଡିଆ ପୁଅ ) ଆଜି ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ  ଓ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ମାନସ ମାଡକାମୀ ମାଲକାନଗିରି ଜିଲ୍ଲା ଆନ୍ତପ୍ରଦେଶ ପ୍ରବେଶ ଦ୍ୱାରା ସୀମାନ୍ତ ମୋଟୁ ଚେକପୋଷ୍ଟ ପରିଦର୍ଶନ କରି ପ୍ରବାସୀ ଶ୍ରମିକ ମାନଙ୍କ ସୁବିଧା ଅସୁବିଧା ସଂପର୍କରେ ପଚାରିବୁଝିବା ସହ ସେଠାକାର ସ୍ଥିତି ପରଖିଥିଲେ । ସୀମାନ୍ତ ମୋଟୁ ସିଲେରୁ ନଦୀର କେଲେରୁ ସେତୁ ରାସ୍ତା ଆନ୍ତର୍ଜାତୀୟ ପ୍ରବେଶ ପଥପାଲଟି ଯାଇ ଏହି ରାସ୍ତା ଦେଇ ପ୍ରବାସୀ ଓଡିଆ ମାନଙ୍କ ସହ ଅନ୍ୟାନ ରାଜ୍ୟର ଶ୍ରମିକ ମାନଙ୍କ ସୁଅଛୁଟିବାରେ ଲାଗିଥିବାରୁ ସାଂସଦ ଶ୍ରୀ ମାଝୀ ସୀମାନ୍ତ ମୋଟୁ ଅଚଂଳ ଗସ୍ତକରି ସେଠାରେ ଥିବା ପ୍ରବାସୀ ଶ୍ରମିକ ମାନଙ୍କ ଖାଇବା ରହିବା ସେମାନଙ୍କ ସୁବିଧା ଅସୁବିଧା କଥା ପାଚାରି ବୁଝିଥିଲେ । ଚେକ ପୋଷ୍ଟ ଠାରେ ମୂତୟନ ଥିବା ପ୍ରଶାସନିକ ଅଧିକାରୀ, ପୁଲିସ ଅଧିକାରୀ,ସ୍ୱାସ୍ଥ୍ୟ,ପରିବହନ ଅଧିକାରୀ ଓ ତହସିଲଦାର ଶଶାଙ୍କ ମିଶ୍ର,ବିଡିଓ ଉମାଶଙ୍କର ଦଳେଇ ଙ୍କ ସହିତ ଆଲୋଚନା କରି ସେଠାରେ ସୀମାନ୍ତ ପଜିଂକରଣ ଓ ପରିବହନ ବ୍ୟବସ୍ଥା ର ବ୍ୟବସ୍ଥାକୁ ତଦାରଖ କରିଥିଲେ । ସେଠାରେ ନିଯୁକ୍ତି ପାଇଥିବା ସ୍ୱଚ୍ଚତା ସାଥୀ ସଫେଇ କର୍ମଚାରୀ ମାନଙ୍କ ନିଷ୍ଠାପର କାର୍ଯ୍ୟପାଇଁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ । ଏମଭି ୮୧ ଗ୍ରାମ ଠାରେ ଖୋଲା ଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର କ୍ୱାରେଟାଂଇନ ଗୃହ ପରିଦର୍ଶନ କରି ସେଠାରେ ରହୁଥିବା ପ୍ରବାସୀ ଶ୍ରମିକ ମାନଙ୍କ ସୁବିଧା ଅସୁବିଧା କଥା ପଚାରି ବୁଝିବା ସହିତ ଖାଦ୍ୟଦାଇତ୍ୱ ନେଇଥିବା ମହିଳାସ୍ୱୟଂସହାୟକ ଗୋଷ୍ଠିର ମହିଳାମାନଙ୍କ ସହିତ ସୁଷମ ଖାଦ୍ୟ ବଟଂନ ସଂପର୍କରେ ଆଲୋଚନା କରିଥିଲେ । ସାଂସଦ ଙ୍କ ସହିତ ମାଲକାନଗିରି ଜିଲ୍ଲାର ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତି ଥିଲେ ।