Odiapua.com

ସାଂସଦଙ୍କ ମଲ୍ଲିକେଶ୍ୱର ମନ୍ଦିର ପରିଦର୍ଶନ ଉନ୍ନତିକରଣ ପାଇଁ ଯୋଜନା ପ୍ରସ୍ତୁତି

ମାଲକାନଗିରି,୩ା୩ (ଓଡିଆ ପୁଅ )ନବରଙ୍ଗପୁର ସାଂସଦ ରମେଶଚନ୍ଦ୍ର ମାଝୀ ମାଲକାନଗରି ଜିଲ୍ଲାକୁ ଦୁଇଦିନିଆ ଗସ୍ତରେ ଆସି ଜିଲ୍ଲାର ବିଭିନ୍ନ ସ୍ଥାନ ରେ ଚାଲିଥିବା ଉନ୍ନୟନ କାର୍ଯ୍ୟ ପରିଦର୍ଶନ କରିଛନ୍ତି । ଜିଲ୍ଲା ସଦର ମହକୁମାସ୍ଥ ଦ୍ୱିତୀୟକପିଳାଶ ମନ୍ଦିର ନାମରେ ପ୍ରସିଦ୍ଧ ମଲ୍ଲିକେଶ୍ୱର ମହାଦେବ ପୀଠକୁ ପରିଦର୍ଶନ କରି ଉନ୍ନତିକରଣ ପାଇଁ ଯୋଜାନ ପ୍ରସ୍ତୁତି କରିଛନ୍ତି । । ମଲ୍ଲିକେଶ୍ୱର ମନ୍ଦିର ପରିଚାଳନାକମଟି କର୍ମକର୍ତାମାନେ ସାଂସଦ ଶ୍ରୀ ମାଝୀଙ୍କୁ ଭେଟି ମହାଦେବ ପୀଠରେ ଯାତ୍ରୀ ବିଶ୍ରାମ ଗୃହ, ରୋଷେଇଶାଳା,ମଣ୍ଡପ,ସୁଉଚପାହଡ ଉପରେ ଥିବା ମହାଦେବଙ୍କ ନିକଟକୁ ବୟସ୍କ ଭକ୍ତଙ୍କ ଦର୍ଶନ ନିମନ୍ତେ ଗାଡିରେ ଯିବା ପାଇଁ ରାସ୍ତାନିର୍ମାଣ ସହ ଆଦି ଉନ୍ନୟନ କାର୍ଯ୍ୟ ନିମନ୍ତେ ଦାବିକରିଥିଲେ । ସାଂସଦ ଶ୍ରୀ ମାଝୀ ଏହି ସବୁ କାର୍ଯ୍ୟ ପର୍ଯ୍ୟାୟ ଅନୁସାରେ କରାଯିବା ସହ ଆଗାମିଦିନରେ ମଲ୍ଲିକେଶ୍ୱର ଶୈବପୀଠର ଉନ୍ନତିକରଣ ହେବବୋଲି ପ୍ରତିସୃତି ଦେଇଛନ୍ତି । ମଲ୍ଲିକେଶ୍ୱର ଶୈବପୀଠରେ ଜାଗର ଯାତ୍ରା ପାଇଁ କମିଟି ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି ।