Odiapua.com

ସାଂସଦଙ୍କ ଦ୍ୱାରା ଧାମନଗର-ଫଳପୁର ରାସ୍ତାର ଶିଳାନ୍ୟାସ

ଭଦ୍ରକ, ୧୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମନଗର-ଫଳପୁର ଗ୍ରାମ୍ୟ ଉନ୍ନୟନ ରାସ୍ତାକୁ ଆଜି ସନ୍ଧ୍ୟାରେ ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଶିଳାନ୍ୟାସ କରିଛନ୍ତି । ପରେ ପାଟୁଳି ପଡିଆ ଠାରେ ଆୟୋଜିତ ସଭାରେ ବିଜୁ ଜନତା ଦଳର ବ୍ଲକ ସଭାପତି ଉମେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ସାଂସଦ ମଂଜୁଲତା ମଣ୍ଡଳ, ଜିଲା ଯୋଜନା ବୋଡ ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ବ୍ୟାମକେଶ ରାୟ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଓ ରାଜେନ୍ଦ୍ର ଦାସ, ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଓ ତିହିଡି ବ୍ଲକ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ବିଜେଡି ଜିଲା ସଭାପତି ଜଗନ୍ନାଥ ସ୍ୱାଇଁ, ବିବିସିସି ସଭାପତି ରଘୁନାଥ ଲେଙ୍କା, ବିଜେଡି ରାଜ୍ୟ ସଂପାଦକ ପ୍ରୟାସକାନ୍ତି ସାମଲ, ସମିତିସଭ୍ୟ ପ୍ରଦୀପ ମଲ୍ଲିକ, ହରେକୃଷ୍ଣ ପାଢୀ, ବିଜେଡି ବ୍ଲକ ମହିଳା ସଭାନେତ୍ରୀ ସୁରତି ନାୟକ ପ୍ରମୁଖ ଯୋଗଦେଇଥିଲେ । ରାଜ୍ୟ ସରକାରଙ୍କ ବହୁବିଧ ଯୋଜନା ସଂପର୍କରେ ମଧ୍ୟ ଉପସ୍ଥିତ ସାଧାରଣ ଲୋକଙ୍କୁ ଅବଗତ କରାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସରପଂଚ ସାରଦା ପ୍ରସନ୍ନ ସାହୁ ଓ ଅତିରଂଜନ ନନ୍ଦ, ମାନସ ରାଉତ, ସଂଜୟ ମହାପାତ୍ର, ବିନୋଦ ନାୟକ, କୃଷ୍ଣଚନ୍ଦ୍ର ପତି, ରାମଚନ୍ଦ୍ର ସାହୁ, ମାନସ ବାରିକ, ଭାନୁପ୍ରକାଶ ପଲାଇ, ବିଜୟ ମିଶ୍ର, ବାବୁଲାଲ ସାହୁ, ସୁଶାନ୍ତ କୁମାର ରାଉତ, ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।