Odiapua.com

‘ସହୋଦର ସାହିତ୍ୟାୟନ’ର ବାର୍ଷିକ ଉତ୍ସବ, ଯୁବପିଢ଼ିଙ୍କୁ ସାହିତ୍ୟ ମନସ୍କ କରିବାରେ ସହୋଦରର ଭୂମିକା ଉଲ୍ଲେଖନୀୟ

ଭଦ୍ରକ, ୧୫ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସହୋଦର ପ୍ରାଚୀର ପତ୍ରିକା ଭଦ୍ରକ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ମାଇଲଖୁଣ୍ଟ ଭାବେ ଅନେକ ଯୁବପିଢ଼ୀଙ୍କୁ ବିଗତ ଏକବର୍ଷ ଭିତରେ ସୁଯୋଗ ଦେଇ ସାହିତ୍ୟ କ୍ଷେତ୍ରରେ ଏକ ନୂତନ ସମ୍ଭାବନା ସୃଷ୍ଟି କରିପାରିଛି ବୋଲି ଏହାର ପ୍ରଥମ ବାର୍ଷିକ ସମାରୋହରେ ଯୋଗଦେଇ ଅତିଥି ଓ ବକ୍ତାମାନେ ମତ ପ୍ରକାଶ କରିଛନ୍ତି । ଡ. ଅଭୟ କୁମାର ଦାସଙ୍କ ସଂଚାଳନାରେ ସଂସ୍କୃତି ଭବନ ପରିସରରେ ଆୟୋଜିତ ଏହି ସମାରୋହରେ ଉଦ୍‌ଘାଟକ ଭାବେ ଲବ୍ଧ ପ୍ରତିଷ୍ଠିତ କଥାକାର ପବିତ୍ର କୁମାର ପାଣିଗ୍ରାହୀ ଯୋଗଦେଇ ଯୁବପୀଢ଼ିଙ୍କୁ ସାହିତ୍ୟମନସ୍କ କରିବାରେ ସହୋଦର ପ୍ରାଚୀରପତ୍ରର ଭୂମିକା ଉଲ୍ଲେଖନୀୟ ବୋଲି କହିଥିଲେ । କବି ଡ.ଅବନୀ ପ୍ରଧାନ ବାର୍ଷିକ ଉତ୍ସବର ସଂଖ୍ୟାକୁ ପାଠକାର୍ପିତ କରିଥିବା ବେଳେ,ସାହିତ୍ୟରେ ପ୍ରାଚୀରପତ୍ରର ଭୂମିକା ଉପରେ ଇଂ.ଅଭୟ ସୂତାର, ଡ.ପ୍ରଭାତ ନଳିନୀ ମହାପାତ୍ର, ଗୀତାରାଣୀ ଆଇଚ, ନିହାର ରଞ୍ଜନ କର, ରୂପକ ବିହାରୀ ରାୟ,ଡ.ରାଧାରାଣୀ ମହାପାତ୍ର, ରତିକାନ୍ତ ବେହେରା, ମୁକ୍ତିକାନ୍ତ ମଲ୍ଲିକ, ଗୌରାଙ୍ଗ ବାରିକ, ନୀଳମାଧବ ସେନାପତି, ଆଶୁତୋଷ କରଣ, ବିଭୂତି ଭୂଷଣ ସେନାପତି, ଗଦାଧର ବଳ, ଚର୍ଚ୍ଚିକା ମହାପାତ୍ର, ଅମିତାଭ ଖିଲାର, ଦିପ୍ତୀମୟୀ ସାହୁ, ବିଜୟ ଜେନା ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପ୍ରମୁଖ ଆଲୋକପାତ କରିଥିଲେ । ସହୋଦରର ସୃଜନ ସମ୍ପାଦକ କିଶୋର ପାଣିଗ୍ରାହୀ ପ୍ରାକ୍‌ସୂଚନା ପ୍ରଦାନ କରିଥିବା ବେଳେ, ସମ୍ପାଦିକା ସୁଜାତା ରାଉତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରାରମ୍ଭରେ କବି ବିଜୟ କୁମାର ବହଳୀ ବେଦପାଠ କରିଥିବା ବେଳେ, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବଙ୍କ ନିର୍ଦ୍ଦେଶନାରେ ମୋନାଲିସା, ଲିପସା, ସସ୍ମିତା ଏବଂ ବର୍ଷାରାଣୀ ପ୍ରମୁଖ ‘ବନ୍ଦେ ଉତ୍କଳଳ ଜନନୀ ‘ଗାନ କରିଥିଲେ । କବି ମାନସ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ମାନସୀ ବାଳା ସୂତାର, ସଂଯୁକ୍ତା ବଳ, ମନୋରମା ରାୟ, ଦମୟନ୍ତୀ ରାଉତ, କୈଳାଶ ବେହେରା, ପ୍ରମୋଦ ରାୟ, ବନଲତା ପାଢ଼ୀ, ସୁବ୍ରତ ମିଶ୍ର, ମନୋରଞ୍ଜନ ମୁଦୁଲି, ରମେଶ ଦାସ, ପତିତପାବନ ପାଣି, ସତ୍ୟପ୍ରକାଶ ସେଠୀ, ରମାକାନ୍ତ ପାଳ,ବସନ୍ତ ପାତ୍ର, ବିଶୁ ନାୟକ, ଦେବେନ୍ଦ୍ର ମହାଳିକ, ଦ୍ୱିତୀକୃଷ୍ଣ ସାମଲ, ପ୍ରଦୀପ ବନ୍ଧ, ବୈକୁଣ୍ଠ ଓଝା, ବଳରାମ ଜେନା, ଅରୁଣ କୁମାର ଜେନା, ହେମନ୍ତ କୁମାର ନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତି କରିଥିଲେ । ସହସମ୍ପାଦକ ଋତୁରାଜ ଅକ୍ଷୟ, କଳାସମ୍ପାଦକ ଚୂଡ଼ାମଣି ଦାସ, ବିଚିତ୍ରାନନ୍ଦ ଜେନା, ପ୍ରଦୀପ୍ତ ମହାନ୍ତି ଏବଂ ଅଂଶୁମାନ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ପ୍ରକାଶକ ଅଶୋକ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।