Odiapua.com

ସହୋଦର ସାହିତ୍ୟାୟନର ତୃତୀୟ ସଂସ୍କରଣ ଉନ୍ମୋଚିତ

ଭଦ୍ରକ, ୨୮ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଚା’ ଖଟିରେ ସାହିତ୍ୟ ଚର୍ଚ୍ଚା ସାରା ବିଶ୍ୱର ବିଭିନ୍ନ ଦେଶରେ ଆଦୃତ ହୋଇଥିଲା ବେଳେ, ଆମ ଭଦ୍ରକର ‘ସହୋଦୟ ସାହିତ୍ୟାୟନ’ ଆନୁକୂଲ୍ୟରେ ଋତୁରାଜ ଅକ୍ଷୟଙ୍କ ଚା’ ଖଟିରେ ପ୍ରାଚୀରପତ୍ରର ତୃତୀୟ ସଂସ୍କରଣ ଉନ୍ମୋଚିତ ହୋଇ ଯାଇଛି। ଏଥିରେ ପ୍ରକାଶକ ଅଶୋକ କୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ କବି ଡ. ଅବନୀ ପ୍ରଧାନ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ସାରସ୍ୱତ ସାଧକବୃନ୍ଦ ଡ. ପ୍ରଭାତ ନଳିନୀ ମହପ।।ତ୍ର, ଗୀତାରାଣି ଆଇଚ, ସସ୍ମିତା ସାହୁ, ମୋନାଲିସା ସାହୁ, ପ୍ରୀତିଲତା ପଣ୍ଡା, ରଶ୍ମିତା ନାଥ, ଚୈତାଳୀ ଖିଲାର, ଡ. ମମତା ସାହୁ, ଦୀପ୍ତିମୟୀ ସାହୁ, ଗୋଦାବରୀ ସ୍ୱାଇଁ, ଇଂ ଅଭୟ ସୂତାର, ରୂପକ ବିହାରୀ ରାୟ, ଅଂଶୁମାନ ସ୍ୱାଇଁ, ବିଜୟ ଜେନା, ମାନସ କୁମାରପ ଣ୍ଡା, ଲକ୍ଷ୍ମଣ ସ୍ୱାଇଁ, ପାର୍ଥସାରଥୀ ନାୟକ, ଅଜୟ ପଣ୍ଡା, ସର୍ବେଶ୍ୱର ସାହୁ, ଯଶୋମତୀ ଦାସ, ସଂଗୀତ ନିର୍ଦ୍ଦେଶକ ରୁଦ୍ରମାଧବ ବାରିକ ପ୍ରମୁଖ ଯୋଗ ଦେଇ ସହୋଦର ସାହିତ୍ୟାୟନର ସୃଜନଶୀଳ ପ୍ରଚେଷ୍ଟାକୁ ପ୍ରଶଂସା କରିବା ସହିତ ଏହାକୁ ପରିଚାଳନା କରୁଥିବା ସମସ୍ତ କର୍ମକର୍ତ୍ତା ଏବଂ ଏହାର ପ୍ରଚ୍ଛଦରେ କାମ କରୁଥିବା ସମସ୍ତ ସାହିତ୍ୟପ୍ରାଣ ବ୍ୟକ୍ତିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସମ୍ପାଦିକା ସୁଜାତା ରାଉତ ନବାଗତ ଯୁବ ପ୍ରତିଭାଙ୍କ ଲେଖାକୁ ଏହି ପ୍ରାଚୀରପତ୍ରରେ ସ୍ଥାନିତ କରାଯାଇ ସେମାନଙ୍କ ପ୍ରୋତ୍ସାହିତ କରିବାର ଏହା ଏକ ପ୍ରୟାସ ମାତ୍ର ବୋଲି କହିଥିଲେ। ଏହାର ଅଳଙ୍କର ଦାୟିତ୍ୱରେ ଥିବା ଶିଳ୍ପୀ ଚୁଡ଼ାମଣି ପ୍ରାଚୀରପତ୍ରକୁ ଅଧିକରୁ ଅଧିକ ଆକର୍ଷଣୀୟ କରିବା କ୍ଷେତ୍ରରେ ଚେଷ୍ଟା କରାଯାଉଥିବା ବେଳେ ଏଥିଲାଗି ପାଠକୀୟ ମତାମତ ଆବଶ୍ୟକ ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମକୁ ସହସମ୍ପାଦକ କବି ଋତୁରାଜ ଅକ୍ଷୟ ଏବଂ ଗୀତିକାର ଅରୂପାନନ୍ଦ ପରିଚାଳନା କରିଥିଲେ।