Odiapua.com

ସହୀଦ ହାବିଲଦାରଙ୍କ ଚର୍ତୁଦଶ ବାର୍ଷିକ ଶ୍ରାଦ୍ଧ ସମାରୋହ

ଯାଜପୁର୨ା୧(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ୨୦୦୬ ମସିହା ଜାନୁଆରୀ ୨ ତାରିଖ କଳିଙ୍ଗନଗର ଆଦିବାସୀଙ୍କ ଦ୍ୱାରା ସହୀଦ ହୋଥିବା ହାବିଲଦାର ଗୋପ ପ୍ରସାଦ ମହାନ୍ତିଙ୍କର ଚର୍ତୁଦଶ ବାର୍ଷିକ ଶ୍ରାଦ୍ଧ ସମାରୋହ କୋରାଇ ବ୍ଳକ ଅନ୍ତର୍ଗତ ଧନେଶ୍ୱରସ୍ଥିତ ତାଙ୍କ ବାସଭବନରେ ପାଳିତ ହୋଇଛି । ଗ୍ରାମ ମୁଣ୍ଡରେ ଥିବା ତାଙ୍କ ପ୍ରତିମୂର୍ତିରେ ପୁଷ୍ଫମାଲ୍ୟ ଅପଁଣ ପରେ ତାଙ୍କ ସ୍ମୃତି ଚାରଣ କରାଯାଇଥିଲା । ସ୍ମୃତି କମିଟିର ସଭାପତି ଆଲୋକ ମହାନ୍ତ, ସମ୍ପାଦକ ବିଶ୍ୱରଂଜନ ଦାସଙ୍କ ନେତୃତ୍ୱରେ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । କୋରାଇ ଥାନା ଏଏସଆଇ ସଲିଳ କୁମାର ମଲ୍ଲିକ, କୋରାଇ ପ୍ରେସ କ୍ଲବ ସଭାପତି ସୁବାସ ଧଳ, ସମାଜସେବୀ ପିତାମ୍ବର ନନ୍ଦ, କୋରାଇ ଡିଗ୍ରୀ କଲେଜର ଅଧ୍ୟକ୍ଷ ଡଃ ମୋହନ ଚରଣ ଖୁଂଟିଆ, ପ୍ରାକ୍ତନ ସମ୍ପାଦକ ତାରକେଶ୍ୱର ମହାନ୍ତି ପ୍ରମୁଖ ଯୋଗଦେଇ ସହୀଦଙ୍କ ସ୍ମୃତି ଚାରଣ କରିଥିଲେ । କଳିଙ୍ଗନଗରରେ ବ୍ୟାପକ ବ୍ୟସ୍ଥ୍ ରହୁଥିବା ଜିଲ୍ଲା ପ୍ରଶାସନ ସହୀଦ ଗୋପ ପ୍ରସାଦଙ୍କ ଶ୍ରାଦ୍ଧକୁ ଅଣଦେଖା କରୁଥିବାରୁ ସଭାରେ ଅସନ୍ତୋଷ ପ୍ରକାଶ ପାଇଥିଲା । ଶେଷରେ ପୂର୍ବତନ ସମିତିସଭ୍ୟ ନିରଂଜନ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଳରାମ ରାଉତ, ଶ୍ୟାମସୁନ୍ଦର ମଲିକ, କଲିମୁଦ୍ଦି ଖାଁ, ପଦ୍ମଲୋଚନ ମହାନ୍ତି, ସତ୍ୟବ୍ରତ ମହାନ୍ତି, କନେଷ୍ଟବଳ ଦିପ୍ତି ରଂଜନ ଗିରି, ଗ୍ରାମରକô୍ଷ କାହ୍ନୁ ଚରଣ ମଲିକ, ପ୍ରକାଶ ଦାସ, ଅମୂଲ୍ୟ ମହାନ୍ତି, ସହୀଦଙ୍କ ବଡଭାଇ ବଡଭାଇ ଗୋପିନାଥ ମହାନ୍ତି, ସାନଭାଇ ମନୋଜ ମହାନ୍ତି. ସାମ୍ବାଦିକ ବସନ୍ତ ମହାନ୍ତିଙ୍କ ସମେତ ଶତାଧିକ ଲୋକ ଯୋଗଦେଇଥିଲେ । ଧନେଶ୍ୱର -କୋରାଇ ରାସ୍ତାକୁ ସହିଦ ଗୋପ ପ୍ରସାଦ ମାର୍ଗଭାବେ ନାମିତ କରିବାକୁ ଦାବି ହୋଇଥିଲା । ସନ୍ଧ୍ୟାରେ ସହୀଦଙ୍କ ସ୍ମୃତିରେ ଏକ କ୍ୟାଣ୍ଡେଲ ଶେଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା ।