Odiapua.com

ସହୀଦ ଯବାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଶୋଭାଯାତ୍ରା

ହାଟଡିହି- ୨୦ । ୬ : ହାଟଡିହି ବ୍ଲକ ପଢିଆରିପଲ୍ଲୀ ପଞ୍ଚାୟତର କହାଳିଆଗଡ଼ିଆ ଠାରେ ଥିବା ଏସିବି ଫାଉଣ୍ଡେସନ ପକ୍ଷରୁ ଚୀନ ସୀମାନ୍ତରେ ସହିଦ ହୋଇଥିବା ୨୦ ଜଣ ବୀର ଯବାନ ମାନଙ୍କ ଉଦ୍ଦେଶ୍ୟରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଗତ ଚାରିଦିନ ତଳେ ଚୀନ ସୀମାନ୍ତରେ ଲଢେଇକରି ମୃତ୍ୟୁ ବରଣ କରିଥିବା ଏହି ବୀର ଯବାନ ମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯିବା ସହିତ ଏକ କ୍ୟାଣ୍ଡାଲ୍ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରିଥିଲା। ଏସିବି ଫାଉଣ୍ଡେସନର ପ୍ରତିଷ୍ଠାତା ଅଲେଖ ଚନ୍ଦ୍ର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର କୁମାର ବେହେରା , କେଶବ ଚନ୍ଦ୍ର ବେହେରା , ସୌଭାଗ୍ୟ ସାହୁ , ସୌରଭ ସାହୁ, ଶ୍ରୀକାନ୍ତ ବେହେରା, ପ୍ରଶାନ୍ତ ବେହେରା , ଶିବ ପ୍ରସାଦ ବେହେରା, ଜଗନ୍ନାଥ ବେହେରା, ଗୌରହରି ବେହେରା, ନିଶିକାନ୍ତ ବେହେରା ଙ୍କ ସମେତ କାହାଳିଆଗଡ଼ିଆ ଓ କୁରାଢ଼ୀଘସା ଗ୍ରାମର ବହୁ ଯୁବକ ସାମିଲ ହୋଇ ସହୀଦ ଯବାନଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହିତ ଚୀନ ପ୍ରସ୍ତୁତ ସାମଗ୍ରୀ ବର୍ଜ୍ଜନ କରିବାକୁ ଶପଥ ନେଇଥିଲେ। ଗାଁ ଲୋକମାନେ ମଧ୍ୟ ଚୀନ ସାମଗ୍ରୀ ବ୍ୟବହାର ନ କରିବାକୁ ଆହ୍ୱାନ ଦେଇଥିଲେ। ସେହିପରି ଆଗରପଡା ଠାରେ ଛାତ୍ରନେତା ବିଶ୍ୱଜିତ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ଛାତ୍ର, ଯୁବକ ମାନେ ଯୋଗଦେଇ ବୀର ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ଅମର ଆତ୍ମାର ସଦଗତି ପାଇଁ ଦୁଇମିନିଟ ନୀରବ ପ୍ରାର୍ଥନା କରିବା ସହିତ କ୍ୟାଣ୍ଡଲ ଶୋଭାଯାତ୍ରା କରିଥିଲେ।