Odiapua.com

ସହିଦ ଯବାନଙ୍କ ଉଦେଶ୍ୟରେ ବିଜେଡି କାର୍ଯ୍ୟାଳୟ ଓ ଶିକ୍ଷାଅନୁଷ୍ଟାନରେ ୨ମିନିଟ ନିରବ ପ୍ରାର୍ଥନା

ମାଲକାନଗିରି, ୧୭ା୨ (ଓଡିଆ ପୁଅ) ଜମ୍ମୁକାଶ୍ମୀର ଠାରେ ଆତଙ୍କବାଦିଙ୍କ ଆକ୍ରମଣରେ ଓଡିଶାର ୨ଜଣ ଯବାନଙ୍କ ସହିତ ୪0ଜଣ ସିଆରପିଏଫ ଯବାନ ସହିଦ ହୋଇଛନ୍ତି। ସେହି ସହିଦଙ୍କ ଉଦେଶ୍ୟରେ ରାଜ୍ୟସରକାରଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସହ ଅନ୍ୟାନ ସରକାରି ବେସରକାରି କାର୍ଯ୍ୟାଳୟ ଗୁଡିକରେ ୨ମିନଟ ନିରବ ପ୍ରାର୍ଥନା କରା ଯାଇ ସହିଦ ଯବାନ ଙ୍କ ଅମର ଆତ୍ମାପ୍ରତି ଶ୍ରଦ୍ଧାଜଂଳି ଜଣାଇଛନ୍ତି। ବିଶେଷ କରି ମାଲକାନଗିରି ପାତ୍ରଗୁଡା ଠାରେ ଥିବା ସେଟଂ ଜାଭିୟର ହାଇସ୍କୁଲ ପରିସରରେ କୁନି କୁନି ଛାତ୍ର ଛାତ୍ରୀ ମାନେ ସହିଦ ଯବାନଙ୍କ ସ୍ମୃତିଉଦେଶ୍ୟରେ ଦୁଇମିନଟ ନିରବ ପ୍ରାର୍ଥନା କରି ସେମାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପ୍ରଦୀପ ପ୍ରଜ୍ୱଳନକରିଥିଲେ। ଠିକ ସେହିପରି ମାଲକାନଗିରି ବିଧାୟକଙ୍କ ବାସଭବନରେ ଜାମ୍ମୁକାଶ୍ମୀର ପୁଲଓ୍ୟାମ ଜିଲ୍ଲାରେ ଆତଙ୍କବାଦୀଙ୍କ ଆକ୍ରମଣରେ ସହିଦ ଯବାନ ମାନଙ୍କ ସ୍ମୁତି ଉଦେଶ୍ୟରେ ଏକ ଶୋକସଭାର ଆୟୋଜନ କରାଯାଇଛି। ବିଧାୟକ ମାନସ ମାଡକାମିଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଶୋକସଭାରେ ଜିଲ୍ଲାବିଜେଡି ସମ୍ପାଦକ ପ୍ରୀତିପାଲ ସିଂ, ବିଜେଡି ନେତା ଗୋପାଳପଣ୍ଡା, ଏସି ସେଲର ସଭାପତି ବିକାଶ ମଣ୍ଡଳ, ଶଙ୍କର ସହା, ଅଜୟ ଦାସ, ସର୍ବବିଷୋୟୀ, ଜିଲ୍ଲା ବିଜେଡି ଯୁବ ସଂପାଦକ ଜଗବନ୍ଧୁ ପଡିଆରୀ, ଆଇନଜୀବି ଲମ୍ବଧର ତୁରୁକ, ପବିତ୍ର ମୋହନ ରଥ, ଙ୍କ ସହିତ ଶତାଧିକ ବିଜେଡି ନେତା ଓ କର୍ମୀ ମାନେ ଯୋଗଦେଇ ସହିଦ ଯବାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ମିନିଟ ନିରବ ପ୍ରର୍ଥନା କରିଥିଲେ, ଆୟୋଜିତ ଶୋକସଭାରେ ସହିଦ ଯବାନ ଙ୍କ ଉଦେଶ୍ୟରେ କ୍ୟାଣ୍ଡେଲ ଜାଳି ସ୍ମୁତିଚରାଣ କରିଥିଲେ।