Odiapua.com

ସହିଦ ବୀର ଲକ୍ଷମଣ ନାୟକ ଙ୍କ ନାମରେ ମାର୍ଗ ଓ ପ୍ରତିମୂର୍ତି ପ୍ରତିଷ୍ଟା ପାଇଁ ଦାବିକଲେ ଗ୍ରାମବାସୀ

ମାଲକାନଗିରି,୧୧ା୭ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାର ବିଶିଷ୍ଟ ସ୍ୱାଧିନତା ସଂଗ୍ର।।ମୀ ସହିଦ ବୀର ଲ କ୍ଷମଣ ନାୟକ ଙ୍କ ନାମରେ ମାର୍ଗ ନାମିତ କରିବା ଓ କିଆଙ୍ଗ ଛକଠାରେ ତାଙ୍କର ପ୍ରମୂର୍ତି ପ୍ରତିଷ୍ଟା କରିବା ପାଇଁ ସ୍ଥାନୀୟ ଗ୍ରାମବୀସୀ ମାନେ ଦାବିକରିଛନ୍ତି । ମାଥିଲି ବ୍ଲକସ୍ଥ କିଆଙ୍ଗ ଠାରୁ ସହିଦ ଲକ୍ଷମଣ ନାୟକ ଙ୍କ ଜନ୍ମସ୍ଥାନ ତେନ୍ତୁଲିଗୁମ୍ମା ମୁଖ୍ୟରାସ୍ତାକୁ ସହିଦ ଲକ୍ଷମଣ ନାୟକ ମାର୍ଗ ଓ କିଆଙ୍ଗ ଶିବମନ୍ଦିର ନିକଟ ଛକଠାରେ ସହିଦ ଙ୍କ ପ୍ରତିମୂର୍ତି ପ୍ରତିଷ୍ଟା ପାଇଁ କିଆଙ୍ଗ ପଚାଂୟତ ବାସୀ ଦାବିକରିଛନ୍ତି । ମାର୍ଗ ଓ ପ୍ରତିମୂର୍ତି ପ୍ରତିଷ୍ଟା କରିବା ନେଇ କିଆଙ୍ଗ ପଚାଂୟତର ବିଭିନ୍ନ ଗ୍ରାମର ମୁଖିଆ ମାନେ ଚିତ୍ରକୋଣ୍ଡା ବିଧାୟକ ପୂଣ୍ଣ ର୍ଚନ୍ଦ୍ର ବାକା ଙ୍କୁ ଏକ ଦାବିପତ୍ର ଦେଇଛନ୍ତି । ଏ ସଂପର୍କରେ ଜିଲ୍ଲାପ୍ରଶାନ ଓ ରାଜ୍ୟସରକାରଙ୍କୁ ଅବଗତ କରି ଖୁବ ଶିଘ୍ର କିଆଙ୍ଗ ଛକଠାରେ ସହିଦ ଙ୍କ ନାମରେ ରାସ୍ତା ଓ ପ୍ରିମୂର୍ତି ପ୍ରତିଷ୍ଟା କରାଯିବ ବୋଲି ବିଧାୟକ ଗ୍ରାମବୀସ ମାନଙ୍କୁ ପ୍ରତିସୃତି ଦେଇଥିବାର ଜଣାପଡିଛି । ମାଥିଲି ବ୍ଲକ କିଆଙ୍ଗ ଛକ ଠାରୁ ସହିଦ ଲକ୍ଷମଣ ନାୟକଙ୍କ ଗ୍ରାମ ତେନ୍ତୁଲିଗୁମ୍ମା ଓ ଛତିଶଗଡ ରାଜ୍ୟକୁ ସଂଯୋଗ କରୁଥିବା କମାରପାଲି ରାସ୍ତା ଯାଇଥିବା ବେଳେ ଏଠାରେ କୌଣସି ନାମଫଳକ ନଥିବାରୁ ସେହି ରାସ୍ତାରେ ଯାତାୟତ କରୁଥିବା ଜନସାଧରଣ ଓ ଦୁରଦୁରନ୍ତାର ଗ୍ରାମବାସୀ ମାନେ କେଉଁ ରାସ୍ତାରେ ଯିବେ ଦ୍ୱନ୍ଦରେ ପଡିଯାଇଥାନ୍ତି । ତେଣୁ ସେହି ଛକ ଠାରେ ତୁରନ୍ତ ନାମପଳକ ଲଗାଇବା ପାଇଁ ଜିଲ୍ଲାପ୍ରଶାସନ ନିକଟରେ ପଚାଂୟତବାସୀ ଦାବିକରିଛନ୍ତି ।