Odiapua.com

ସହିଦ ଜୟୀ ରାଜଗୁରୁଙ୍କ ୨୧୪ତମ ଶ୍ରାଦ୍ଧୋତ୍ସବ

ପୁରୀ, ୦୬/୨୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ‘ସହିଦ ଜୟୀ ରାଜଗୁରୁ ସ୍ମୃତି ପରିଷଦ’ ପକ୍ଷରୁ ୨୧୪ତମ ଶ୍ରାଦ୍ଧୋତ୍ସବ ପାଳିତ ହୋଇଯାଇଛି। ଉକ୍ତ ଉତ୍ସବରେ ପରିଷଦର ପୃଷ୍ଠପୋଷକ ତଥା ବିଧାୟକ ଜୟନ୍ତ କୁମାର ଶଡ଼ଙ୍ଗୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜୟୀ ରାଜଗୁରୁଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ଏହି ଉତ୍ସବରେ ମୁଖ୍ୟ ଉପଦେଷ୍ଟା ନୃସିଂହ ମିଶ୍ର, କାର୍ଯ୍ୟକାରୀ ସଭାପତି ଚକ୍ରଧର ମହାପାତ୍ର, ସଂପାଦକ ଶିବ ପ୍ରସାଦ ମିଶ୍ର, କୋଷାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ଦାସ, ପୂର୍ବତନ କାଉନସିଲର ରାଜାରାମ ରେଡ଼ି, ଶିକ୍ଷାବିତ୍ ସୁଧାକର ମହାପାତ୍ର, ଉପସଭାପତି ଉମାବଲ୍ଲଭ ମହାପାତ୍ର, ଆଇନଜୀବୀ ଭିମସେନ ସାହୁ, ସାମ୍ବାଦିକ ବିଷ୍ଣୁଦତ୍ତ ଦାସ, ପଦ୍ମନାଭ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହି ଜୟୀ ରାଜଗୁରୁଙ୍କର ଦେଶ ପାଇଁ ଯେଉଁ ଅବଦାନ ତାହା ଚୀର ସ୍ମରଣୀୟ ହୋଇ ରହିବ ବୋଲି ମତ ବ୍ୟକ୍ତ କରିଥିଲେ। ଶହୀଦ ଜୟୀ ରାଜଗୁରୁଙ୍କର ଷ୍ଟେସନ ଛକ ନିକଟରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ଅତିଥିମାନେ କରିଥିଲେ।