Odiapua.com

ସହିଦ ଚନ୍ଦ୍ରକାନ୍ତଙ୍କୁ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି

ବାଲିଗୁଡା, ୨୦/୮ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ଭାରତ ଓ ଚୀନ୍ ସୀମାରେ ଗତ ଜୁନ୍ ମାସରେ ସହିଦ ହୋଇଥିବା କନ୍ଧମାଳ ଜିଲ୍ଲା ବାଲିଗୁଡାଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକ ବିୟରପଙ୍ଗା ଗ୍ରାମର ସହିଦ ଚନ୍ଦ୍ରକାନ୍ତ ପ୍ରଧାନଙ୍କୁ ଦେଶାତ୍ମବୋଧ ଗୀତ ମାଧ୍ୟମରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ସଂଖ୍ୟା ଲଘୁ ସମ୍ପ୍ରଦାୟ। ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସମାଧିରେ ତା’ର ‘ଦି ଟୋପା ତତଲା ଲୁହ’ ଶୀର୍ଷକ ଗୀତ ପ୍ରସ୍ତୁତ କରାଯାଇଛି। ଏଥିରେ କନ୍ଧମାଳ ଜିଲ୍ଲା ବିଜେଡ଼ି ସଂଖ୍ୟାଲଘୁ ସେଲର ସଭାପତି ଜୟାନନ୍ଦ ନାୟକ କଣ୍ଠଦାନ କରିଥିବାବେଳେ ଅନ୍ୟସାଥୀ କଣ୍ଠଶିଳ୍ପୀମାନେ ସାମିଲ୍ ଅଛନ୍ତି। ସୋଭାନୀୟ ନାୟକ ଏହାର ସଙ୍ଗୀତ ସଂଯୋଜାନା କରିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ଏହି ଗୀତ ପ୍ରସ୍ତୁତ କରାଯାଇଛି।