Odiapua.com

ସହିଦ ଓଡିଆ ଯବାନ ଅଜିତ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ଗଭୀର ଶୋକ

ଭୁବନେଶ୍ୱର, ୧୮/୦୬ (ଓଡ଼ିଆ ପୁଅ) : ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀ ଗୁଳିବିନିମୟରେ ଓଡିଆ ଯବାନ ଅଜିତ ସାହୁ ସହିଦ ହୋଇଛନ୍ତି। ଯବାନ ଅଜିତଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ବସନ୍ତ ପଣ୍ଡା ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି।

ସହିଦ ଯବାନ ଅଜିତ ସାହୁ ୨୦୧୫ ମସିହାରେ ସେନାରେ ଯୋଗ ଦେଇ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଆସୁଥିଲେ। ଗତ ରାତିରେ ହୋଇଥିବା ଗୁଳିବିନିମୟରେ ସେ ସହିଦ ହୋଇଛନ୍ତି। ତାଙ୍କ ବିୟୋଗରେ ଶ୍ରୀ ପଣ୍ଡା ଅତ୍ୟନ୍ତ ମର୍ମାହତ ବୋଲି କହିବା ସହ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।