Odiapua.com

ସହିଦନଗର ପଦା ମେଲଣ ଯାଗାରେ ବେଆଇନି ଘର ନିର୍ମାଣ ନେଇ ତହସିଲଦାରଙ୍କୁ ଦାବିପତ୍ର

ଭଦ୍ରକ, ୧୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ତହସିଲ ଅନ୍ତର୍ଗତ କଟସାହି ପଂଚାୟତ ର ସହିଦ ନଗର ଠାରେ ସରକାରି ଜାଗାରେ ବେଆଇନି ଭାବେ ଦୋକାନ ଘର ନିର୍ମାଣ ହେଉଥିବା ନେଇ ଶୁକ୍ରବାର ଦିନ ସହିଦି ନଗର ପଦା ମେଲଣ କମିଟି ପକ୍ଷରୁ ଧାମନଗର ତହସିଲଦାର ଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସେମାନେ ଅଭିଯୋଗ କରିଛନ୍ତି ଯେ କଟସାହି ମୌଜା ର ୩୦୬୩ ପ୍ଲଟ ରେ ଗୋଚର ଜାଗାରେ ଖରଗଡ଼ି ଛକ ଠାରୁ କାଳି ମଣ୍ଡପ ପର୍ଯ୍ୟନ୍ତ ଦୋଳଯାତ୍ରା ରେ ରାଧାକୃଷ୍ଣ ଜୀଉ ଙ୍କ ବିମାନ ପଟୁଆର ନିମନ୍ତେ ଚିହ୍ନଟ କରାଯାଇଛି। ମାତ୍ର ସେହି ସ୍ଥାନ ରେ ରଞ୍ଜିତ ଲେଙ୍କା ଦୁଇ ମହଲା ଦୋକାନ ଘର ନିର୍ମାଣ କରୁଛନ୍ତି ବୋଲି ମେଲଣ କମିଟି ର ସଭାପତି ରବିନାରାୟଣ ସେନାପତି,ସଂପାଦକ ନିରଞ୍ଜନ ଓଝା, ସଭ୍ୟ ପ୍ରେମାନନ୍ଦ ନାୟକ,ହୃଷୀକେଶ ସେନାପତି,ପ୍ରଭାକର ପଣ୍ଡା ଓ ଅନ୍ୟମାନେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ତହସିଲଦାର ସାଇଶ୍ରୀ ଲୋକନାଥ ସେଠୀ କହିଛନ୍ତି ଯେ ଉକ୍ତ ଅଭିଯୋଗ ପାଇଚୁ ଘଟଣା ର ସତ୍ୟାସତ୍ୟ ପାଇଁ ଉଚ୍ଚସ୍ତରୀୟ ଅଧିକାରି ଙ୍କ ସହିତ ଆଲେଚନା ପରେ ଉଭୟ ପକ୍ଷକୁ ଡକା ଯାଇ ଆଲୋଚନା ପରେ ଯାହା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ସୁଚନା ଦେଇଥିଲେ।