Odiapua.com

ସହିଦଙ୍କ ପରିବାରକୁ ସାକ୍ଷାତ କଲେ ରକ୍ଷାମନ୍ତ୍ରୀ

ଜାମ୍ମୁ ୨୦,ଜୁନ ୨୦/୬ (ଓଡ଼ିଆ ପୁଅ/ଦେବଦତ୍ତ ରଥ) :ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହୋଇଥିବା ଯବାନ ଔରଙ୍ଗଜେବଙ୍କ ପରିବାରକୁ ଭେଟିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ପ୍ରତିରକ୍ଷା ମନ୍ତ୍ରୀ ଜାମ୍ମୁ-କାଶ୍ମୀରରେ ପହଞ୍ଚିବା ପରେ ପୁଞ୍ଚରେ ରହୁଥିବା ସହିଦଙ୍କ ଘରକୁ ଯାଇ ପରିବାରର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ। ପ୍ରତିରକ୍ଷା ମନ୍ତ୍ରୀ ଘରକୁ ଆସିଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସହିଦଙ୍କ ପରିବାର।