Odiapua.com

ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ଚୀନ ସାମଗ୍ରୀକୁ ବର୍ଜନ କଲେ ବଲାଣୀ ଯୁବଗୋଷ୍ଠୀ

ବଡ଼ବିଲ, ତା ୨୦ ଜୁନ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧୀନରେ ଥିବା ବଲାଣୀ ପଞ୍ଚାୟତର ସ୍ଥାନୀୟ ଯୁବ ଗୋଷ୍ଠୀ ତରଫରୁ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବଲାଣୀ ଯୁବ ଗୋଷ୍ଠି ବଲାଣୀସ୍ଥିତ ଗୋପବନ୍ଧୁ ଛକ ନିକଟରେ ଶ୍ରଦ୍ଧାଞ୍ଜଳି କରି ନିରବ ପ୍ରାର୍ଥନା କରି ଶପଥ ନେଲେ ବଲାଣୀ ଯୁବ ଗୋଷ୍ଠୀ ଚୀନ ନିର୍ମିତ ସାମଗ୍ରୀ ବର୍ଜନ କରିବେ । ଗଲୱାନ ଘାଟିରେ ଚୀନ-ଭାରତ ସୈନିକମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ଜଣ ଭାରତୀୟ ସୈନିକ । ଏମାନଙ୍କ ମଧ୍ୟରେ ୨ ଜଣ ଓଡ଼ିଆ ପୁଅ ରହିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ନନ୍ଦୁରାମ ସୋରେନ ଓ ଅନ୍ୟ ଜଣେ କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସହ ସମସ୍ତ ସହୀଦ ଯବାନଙ୍କ ବଳିଦାନକୁ ମନେ ପକାଇ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ବଲାଣୀ ଯୁବଗୋଷ୍ଠୀ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ସହ ଚିନ ନିର୍ମିତ ସାମଗ୍ରୀକୁ ବର୍ଜନ କରିଛନ୍ତି ।