Odiapua.com

ସହର ପରିକ୍ରମା କଲା ୭୦ରୁ ଅଧିକ ଜୁଲୁସ୍ ଓ କାଫେଲା, ଭଦ୍ରକରେ ପ୍ରଫେଟ ମହମ୍ମଦଙ୍କ ଜୟନ୍ତୀ ପାଳିତ

ଭଦ୍ରକ, ୨୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଇସଲାମ ଧର୍ମର ପ୍ରବର୍ତ୍ତକ ମହାପୁରୁଷ ପ୍ରଫେଟ ମହମ୍ମଦ ଜୟନ୍ତୀ (ଇଦ-ମିଲାଦୁନନବୀ) ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସ ସହ ଶାନ୍ତି ଶୃଙ୍ଖଳା ମଧ୍ୟରେ ପାଳନ କରାଯାଇଛି । ଏହି ପର୍ବ ଉପଲକ୍ଷେ ଗୋଟିଏ ଦିନ ପୂର୍ବ ୨୭ ତାରିଖ(ବୁଧବାର) ରାତ୍ରିରେ ଭଦ୍ରକ ମୁସଲିମ ଜମାତର ସଭାପତି ହାଜୀ ମହମ୍ମଦ ଅବଦୁଲ ବାରୀ ପ୍ର୍ରେସ ମିଟ୍ ରେ ଘୋଷଣା କଲେ ଯେ ପୋଲିସ ପ୍ରଶାସନର ଅସହଯୋଗ କରିଥିବାରୁ ଭଦ୍ରକ ମୁସଲିମ ଜମାତ ତରଫରୁ କୌଣସି “ଜୁଲୁସ ଓ କାଫେଲା” ଶୋଭାଯାତ୍ରା ସହର ପରିକ୍ରମ କରିବ ନାହିଁ । ଉକ୍ତ ଖବରଟି ଭଦ୍ରକ ସହରରେ ପ୍ରଚାରିତ ହେବା ପରେ ପୋଲିସ ପ୍ରଶାସନ ସିଧାସଳଖ ଭଦ୍ରକ ମୁସଲିମ ଜମାତର ମୁଖ୍ୟଙ୍କ ସହିତ କଥାବାର୍ତା ହୋଇଥିଲେ ଏବଂ ପୂର୍ନବାର ଆଜି(ଗୁରୁବାର) ଦିନ ୧୦ ଘଟିକା ସମୟରେ କଥାବାର୍ତା କରି ପୋଲିସ ପ୍ରଶାସନର ଅନୁରୋଧ କ୍ରମେ ଏବଂ କିଛି କଟକଣା କୁ ବାଦ ଦେଇ ସିିଦ୍ଧାନ୍ତ କରାହେଲା ପରେ ମୁସଲିମ ଜମାତର ମୁଖ୍ୟ ଏବଂ ଭଦ୍ରକ ମୁସଲିମ ଜମାତ ସିରତ କମିଟିର ସଭାପତି ହାଜୀ ଅବଦୁଲ ମୁକିତ ଖାନ, ସଂପାଦକ ଇଂ ହବିଦୁଲ୍ଲା ଖାନ ଓ ପ୍ରତ୍ୟେକ ବସ୍ତିର ସରଦାର ମାନଙ୍କ ଦ୍ୱାରା ଘୋଷଣା କରାହେଲା ଯେ ପୂର୍ବ ନିଦ୍ଧାରିତ ସମୟରେ ଭଦ୍ରକ ମୁସଲିମ ଜମାତ ତରଫରୁ ପ୍ରାୟ ୭୦ରୁ ଅଧିକ “ଜୁଲୁସ ଓ କାଫେଲା” ସଂନ୍ଧ୍ୟା ୫.୩୦ ଘଟିକା ସମୟରେ ଶୋଭାଯାତ୍ରା ପରିକ୍ରମା ପୁରୁଣା ବଜାର ଚୌଖଣ୍ଡିରୁ ବାହାରି ଲାହାପଟ୍ଟି, ପାଟଣାସାହି, ନଙ୍ଗାମହଲା, ହଜାରୀନଗର, କଚେରୀ ବଜାର, ନୂଆ ବଜାର, କଦମ୍ବବେଢା, ଶଙ୍କରପୁର ଦେଇ ସହର ପରିକ୍ରମା କରି ମଦିନା ମଇଦାନରେ ପହଂଚିବାର କାର୍ଯ୍ୟକ୍ରମ ରହିଛି ।

ଏଥିରେ ହଜାର ହଜାର ସଂଖ୍ୟାଲଘୁ ସମ୍ପ୍ରଦାୟର ଅବାଳ ବୃଦ୍ଧ ବନିତା ଯୋଗ ଦେଇଛନ୍ତି । ମୁସଲମାନ ସମ୍ପ୍ରଦାୟର ଲୋକଙ୍କ ସହିତ ହିନ୍ଦୁ ସମ୍ପ୍ରଦାୟର ଲୋକେ ମଧ୍ୟ ଯୋଡିହୋଇ ଭାଇଚାରାର ନିଦର୍ଶନ ସୃଷ୍ଟି କରିଥିବା ଲକ୍ଷ୍ୟ କରାଯାଇଛି । ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ “ଜୁଲୁସ ଓ କାଫେଲା” ସହର ପରିକ୍ରମା କରିବା ସମୟରେ ପ୍ରତ୍ୟେକ ଛକରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ସରବତ, ଖେଚୁଡି, ମିଠା ଓ ଉପହାର ବଂଟନ କରାଯାଇଛି । କବି ମୁସ୍ତାକ ଗୌହରଙ୍କ ସଂଚାଳନରେ ମଦିନା ମଇଦାନଠାରେ ଏକ ଅମସଭା ହୋଇଥିଲା । ବିଭିନ୍ନ ରାଜନୈତିକ ଦଳର ନେତୃମଣ୍ଡଳୀ ଉପସ୍ଥିତ ରହି ଶୋଭାଯାତ୍ରାକାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ମୁସଲିମ ଜମାତର ସାଧାରଣ ସଂପାଦକ ହାଜୀ ଶେଖ ମହମ୍ମଦ ଇନାମ ଉପ-ସଭାପତି ମହମ୍ମଦ ଜକାଉଲ୍ଲା, ସଂପାଦକ ଶେଖ ସିରାଜୁଦ୍ଦିନ, ହାଜୀ ଅନୱର ହୋସେନ, ସବ୍ୱିର ଅଲ୍ଲୀ, ଜମିଲ ଅଖତର ଖାନ, ଇଂ.ରେଜାଏ ରସୁଲ, ଅସରଫ ଅଲ୍ଲୀ, ତବାରକ ଅଲ୍ଲୀ, ଅବୁହୋସେନ ଖାଁ , ମିଡିଆ ସେଲ ସଂଯୋଜକ ଶେଖ ଅନୱର (ବାବୁ), ଶେଖ ହବିବୁଲ୍ଲା, ଶେଖ ଅବୁକଲାମ, ଜାୱେଦ ଅଖତର, ଶେଖ ସମଦାନୀ, ଗୋଲାମ ମୋହିଦ୍ଦିନ, ହଫିଜୁର ରହେମାନ, ହାଜୀ ସଇଦ ଶାହା, ହାଜୀ କୟୁମ ଶାହା, ଏସ.ଏମ.ଫାରୁକ, ହାଜୀ କାସିମ ଖାଁ, ଅଖତର ଖାନ ଓ ମିର୍ଜା ଏକ୍ରାମ ବେଗ ପ୍ରମୁଖ ଉପସ୍ଥିତ ରହି ଶୋଭାଯାତ୍ରା କାରୀଙ୍କୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର, ଏସ୍‌ପି ବରୁଣ ଗୁଣ୍ଟୁପାଲି, ଟାଉନ ବିଜେଡି ସଭାପତି ତାହେର ମହମ୍ମଦ, ବିଦ୍ୟାଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।