Odiapua.com

ସହର ଜଳମଗ୍ନ ନେଇ ତୀବ୍ର ଅସନ୍ତୋଷ, ରଥଯାତ୍ରା ସମୟରେ ବି ପ୍ରଶାସନ ଚୁପ, ତୁରନ୍ତ ପଦକ୍ଷେପ ଦାବୀ

ଟିଟିଲାଗଡ଼ ୬-୭ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ଼ ସହରରେ ପରିମଳ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇ ନ ପାରିବା ସହ ରାସ୍ତା, ଘାଟ ସହ ସମସ୍ତ ପନ୍ଦର ଗୋଟି ୱାର୍ଡର ଜନସନ୍ତୋଷ ବୃଦ୍ଧି ପାଉଛି। ପ୍ରକାଶ ଯେ ଆକାର ଓ ଆୟତନ କ୍ରମେ ଟିଟିଲାଗଡ଼ କୁ ପୌରପରିଷଦ ର ମାନ୍ୟତା ପ୍ରଦାନ କରି ୧୫ ରୁ ୨୨ ଗୋଟି ୱାର୍ଡ ରେ ପରିଣତ କରିବା ସ୍ଥିର କରା ଯାଇଥିଲା।ଏକ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଆସି ପୌର ପରିଷଦ ଘୋଷଣା କରି ଚାଲିଯିବା ପରେ ଦୀର୍ଘ ବର୍ଷ ହେଲା ଉକ୍ତ ନିୟମ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ସେହିପରି ଜଣେ ତୃତୀୟ ଶ୍ରେଣୀ ର କର୍ମଚାରୀ ସନ୍ତୋଷ ବେହେରା ଙ୍କୁ ଦୀର୍ଘବର୍ଷ ହେଲା ନିର୍ବାହୀ ଅଧିକାରୀ ଭାବେ ତୁସୁରା ଓ ଟିଟିଲାଗଡ଼ର ଦାଇତ୍ୱ ପ୍ରଦାନ କରାଯାଇଛି। ଏପରିକି କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ବାରମ୍ବାର ଏ ନେଇ ଦାବି ଓ ହୋଇଥିବା ନିମ୍ନମାନର କାର୍ଯ୍ୟ ନେଇ ଅଭିଯୋଗକୁ ଭିତ୍ତି କରି ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ଓ ସେ ଏ ନେଇ ଉଚ୍ଚ ନ୍ୟାୟାଳୟ ରୁ ଧାର୍ଯ୍ୟ ସମୟ ନେଇ ଦାଇତ୍ୱ ତୁଲାଇ ଆସୁଥିବା ବେଳେ ସାଧାରଣ ଲୋକ ବିଭିନ୍ନ ପ୍ରକାର ଅସୁବିଧା ର ଶିକାର ହୋଇ ଚାଲିଛନ୍ତି। ପରିମଳ ବ୍ୟବସ୍ଥାରେ ବ୍ୟାପକ ବେଆଇନ କାଗଜ ପତ୍ର ଦାଖଲ କରିବା ସହ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ କରିବା ଓ ଅନେକ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୋଇ ଉତ୍କଟ ସମସ୍ୟା ସୃଷ୍ଟି ହୋଇଛି। ଗ୍ରୀଷ୍ମପ୍ରବାହ ପରେ ସାମାନ୍ୟ ବର୍ଷା ଆରମ୍ଭ ରୁ ଜଳମଗ୍ନ ହୋଇ ଜନଜୀବନ ଅସ୍ତବ୍ୟସ୍ତ ହେବା ସାର ସିନା ଶୁଣିବାକୁ କେହି ନାହାନ୍ତି। ଏ ନେଇ ବିଭାଗୀୟ ପରିମଳ, ରାସ୍ତା ଓ ଗୃହ ନିର୍ମାଣ, ପାନୀୟ ଜଳ ଯୋଗାଣ ବିଭାଗର କର୍ମଚାରୀ ନିଜର ଅସହାୟତା ପ୍ରକାଶ କରିଛନ୍ତି। ସ୍ଥାନୀୟ ଉପଜିଲ୍ଲାପାଳ କିମ୍ବା ବିଧାୟିକା ଙ୍କୁ ବାରମ୍ବାର ଆବେଦନ ସାର ହେଉଥିବା ଅଭିଯୋଗ ହେଉଛି।
ସେହିପରି ଟିଟିଲାଗଡ଼କୁ ଜିଲ୍ଲା ମାନ୍ୟତା ପ୍ରଦାନ ତ ଦୂରର କଥା ରାଜ୍ୟ ସରକାର ତୁରନ୍ତ ଆବଶ୍ୟକ ପଦକ୍ଷେପ ନ ନେଲେ ସମସ୍ୟା ଅଧିକ ଜଟିଳ ହୋଇପଡିବ।